ଏସ୍ଆର୍ଏମ୍ଆଇଏସ୍ଟିରେ ସିଗାରମ ଯୁବ ମହୋତ୍ସବ
ନୂଆଦିଲ୍ଲୀ/ଭୁବନେଶ୍ୱର: କାଟନକୁଲାଥୁରସ୍ଥିତ ଏସ୍ଆର୍ଏମ୍ ଇନଷ୍ଟିଚୁ୍ୟଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଏସଆରଏମଆଇଏସଟି) ପକ୍ଷରୁ ୩୮ତମ ଏଆଇୟୁ ଆନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ଏସ୍ଆର୍ଏମ୍ ସିଗାରମ୍ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (ଏଆଇୟୁ)ର ଶତବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମ ଅୟୋଜନ କରାଯାଇଛି । ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ପ୍ରତିଭାକୁ ପ୍ରଦର୍ଶିତ କରି ସାଂସ୍କୃତିକ ଓ ବୌଦ୍ଧିକ କାର୍ଯ୍ୟକ୍ରମ ସିଗାରାମ ଯୁବ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ।ପାଞ୍ଚ ଦିନଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ଏସଆରଏମଆଇଏସଟିର ପ୍ରତିଷ୍ଠାତା କୁଳାଧିପତି ଡ. ଟିଆର୍ ପାଲିଭେନ୍ଧର ଉତ୍ସବକୁ ଉଦ୍ଘାଟନ କରିଥିଲେ । ଏସଆରଏମଆଇଏସଟିର କୁଳପତି ତଥା ଏଆଇୟୁ ଅତିରିକ୍ତ ସଚିବ ମମତା ଅଗ୍ରୱାଲ ଅଭିଭାଷଣରେ ସାଂସ୍କୃତିକ ବିନିମୟ ଏବଂ ଯୁବ ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ କେରଳର ୨୧ରୁ ଅଧିକ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ ।
ଉଦ୍ୟାପନୀ ଉତ୍ସବରେ ଏସ୍ଆର୍ଏମ୍ଆଇଏସ୍ଟିର ନିଦେ୍ର୍ଦଶକ (ଛାତ୍ର ବ୍ୟାପାର) ଡ. ନିଶା ଅଶୋକନ୍ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।