ସପ୍ତାହବ୍ୟାପୀ ଜନ ଔଷଧୀ ଦିବସ ପାଳିତ

 ନୂଆଦିଲ୍ଲୀ : ସପ୍ତାହବ୍ୟାପୀ ଉସôବର ସପ୍ତମ ଦିନରେ ପିଏମ୍ବିଆଇ ପକ୍ଷରୁ ଆଜି ସମଗ୍ର ଦେଶରେ ସପ୍ତମ ଜନ ଔଷଧୀ ଦିବସ, ୨୦୨୫ ପାଳନ କରାଯାଇଛି । ଯେଉଁଥିରେ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାନସଭା ସଦସ୍ୟ, କାଉନସିଲର ଏବଂ କେନ୍ଦ୍ର ଓ ରାଜ୍ୟର ଅନେକ ବରିଷ୍ଠ ସରକାରୀ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧିମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ସହିତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପ୍ରକଳ୍ପର ଲାଭ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ଯାହା ଦ୍ୱାରା ଜନସାଧାରଣ ସଚେତନ ହେବା ସହିତ ଏହାର ଲାଭ ପାଇପାରିବେ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ହିମାଚଳ ପ୍ରଦେଶର ବିଳାସପୁରସ୍ଥିତ ଏମ୍ସରେ ଥିବା ଜନ ଔଷଧୀ କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । କେନ୍ଦ୍ର ମାଲିକ ଓ ଜନ ଔଷଧି ଯୋଜନାର ହିତାଧିକାରୀମାନେ ମଧ୍ୟ ସେମାନଙ୍କ ଅନୁଭୂତି ବାଣ୍ଟିଥିଲେ ।