ବଟେଶ୍ୱରଙ୍କ ଉନ୍ନତି ଲାଗି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ 

 ଛତ୍ରପୁର:  ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଳକ ଅନ୍ତର୍ଗତ ପାଳିବନ୍ଧ ପଂଚାୟତର କଣ୍ଟିଆଗତ ଗ୍ରାମ ନିକଟରେ ଥିବା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଶ୍ରୀଶ୍ରୀ ବଟେଶ୍ୱର ମହାଦେବଙ୍କ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ତ୍ୱରାନ୍ୱିତ ସକାଶେ ଆର୍ଥିକ ପ୍ରୋସôାହନ ପ୍ରଦାନ କରିବା ପାଇଁ ଶ୍ରୀ ଶ୍ରୀ ଶ୍ରୀ ବଟେଶ୍ୱର ମହାଦେବ ଐତିହ୍ୟ ସଂରକ୍ଷଣ କମିଟି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କୁ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଅତୀତରେ ଏହି ମନ୍ଦିର ବାଲିରେ ପୋତି ହେବାରେ ଲାଗୁଥୁଲା ଅଞ୍ଚଳ ବାସିନ୍ଦାଙ୍କ ପକ୍ଷରୁ ତାର ପୁନଃରୁଦ୍ଧାର କରାଯାଇଥିଲା । ଏହା ସହ ବର୍ତ୍ତମାନ ପାରିପାର୍ଶ୍ୱକ ଅବସ୍ଥାକୁ ସୁନ୍ଦର କରିବା ସହ ଶ୍ରଦ୍ଧାଳୁମାନଙ୍କ ପାଇଁ କେତେକାଂଶରେ ସୁବିଧା ଯୋଗାଇ ଦିଆଯାଇ ପାରିଛି । ବ୍ଲକ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଉନ୍ନତି କରଣ କାର୍ଯ୍ୟ କରାଯାଇଥିଲେ ମଧ୍ୟ ଏହାର ଆହୁରି ଉନ୍ନତି କରଣ କାର୍ଯ୍ୟ ବାକି ରହିଛି । ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ସରକାରୀ ଜମିଗୁଡିକ କିଛି ଲୋକ ଜବର ଦଖଲ କରିନେଇଛନ୍ତି । ସରଜମିନ ତଦନ୍ତ କରି ସେମାନଙ୍କ କବଳରୁ ଆଣି ସରକାରୀ ଜମିରେ ରାସ୍ତା ନିର୍ମାଣ କରାଗଲେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ବେଶ ଉପକୃତ ହୋଇପାରିବେ । ଏହା ସହିତ ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଉକ୍ତ ସ୍ମାରକ ପତ୍ର ଉଲ୍ଲେଖ କରିଛନ୍ତି । ସ୍ମାରକପତ୍ର ପ୍ରଦାନ ବେଳେ ଶ୍ରୀ ଶ୍ରୀ ବଟେଶ୍ୱର ମହାଦେବ ଐତିହ୍ୟ ସଂରକ୍ଷଣ କମିଟିର ଉପଦେଷ୍ଠା ଦିଲ୍ଲୀପ ଛୋଟରାୟ, ସଭାପତି ପିତାମ୍ବର ସ୍ୱାଇଁ, ଉପ ସଭାପତି ଶବର କୁମାର ତରାଇ, ସମ୍ପାଦକ ରଂଜିତ ପଲେଇ, କୋଷାଧ୍ୟକ୍ଷ ନିରାକାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।