ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ

ାା ପ୍ରଭାନୁ୍ୟଜ ।ା ବିଞ୍ଝାରପୁର: ବରୁଣେଶ୍ୱର ମହାବିଦ୍ୟାଳୟ +୨ ବିଭାଗର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ବିନ୍ଦୁରେଖା ନାୟକ, ମୁଖ୍ୟ ଅତିଥିଭାବେ ଯାଜପୁର ଏନଏଏସ୍ଡ଼ିଓ ସୁଦୀପ୍ତ କୁମାର ବିଶ୍ୱାଳ ଯୋଗଦାନ କରିଥିଲା ବେଳେ +ଦୁଇ ଏନଏସ୍ଏସ୍ ପ୍ରୋଗ୍ରାମ ଅଫିସର ଡକ୍ଟର ଦୀପକ ଜେନା, ଅଧ୍ୟାପକ ବାସୁଦେବ ମଲିକ, ଅଧ୍ୟାପକ ପ୍ରବୀର ଦାସ, ସୁବ୍ରତ ଦାସ ଯୋଗଦାନ କରି ଜାତୀୟ ସେବା ଯୋଜନାରେ ନୂତନ ଭାବେ ଯୋଗଦାନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଏନଏସଏସର ମହତ୍ତ୍ୱ ବୁଝାଇଥିଲେ । ଅଧ୍ୟକ୍ଷା ବିନ୍ଦୁରେଖା ନାୟକ ନିଜର ଉଣେଇଶ ବର୍ଷର ଅଭିଜ୍ଞତା ପିଲାମାନଙ୍କୁ କହିଥିଲେ । ଶେଷରେ ଅଧ୍ୟାପକ ବାସୁଦେବ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ।