ଗମନାଗମନକୁ ସରକାର ଗୁରୁତ୍ୱ ଦେଉଛନ୍ତି: ଆକାଶ

 ଯାଜପୁର : ଗମନା ଗମନ କ୍ଷେତ୍ରରେ କୋରେଇ ପଛରେ ପଡ଼ିବନି । ଗୋଟିଏ ପଞ୍ଚାୟତରୁ ଆଉ ଗୋଟିଏ ପଞ୍ଚାୟତକୁ ଯୋଡ଼ିବାକୁ ସୁଗମ ଗମନାଗମନ କ୍ଷେତ୍ରର ଆବଶ୍ୟକତା ରହିଛି । ଆମ ସରକାର ଏହାକୁ ଗୁରୁତ୍ୱ ଦେଉଛନ୍ତି ବୋଲି କୋରେଇ ବିଧାୟକ ଆକାଶ ଦାସନାୟକ କହିଛନ୍ତି । ଶୁକ୍ରବାରକୋରେଇ ବ୍ଲକ୍ ଅନ୍ତର୍ଗତ ତୁଳତୀ ପଞ୍ଚାୟତ ପିମ୍ପଲ ଛକ ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନହକା-ଖଇରା ପୂର୍ତ ବିଭାଗ ରାସ୍ତା ଠାରୁ ଗୋପୀନାଥପୁର ଭାୟା ପିମ୍ପଲ ରାସ୍ତା ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିବା ଅବସରରେ ଆକାଶ କହିଥିଲେ କି ଆଜି କୋରେଇ ଗମନାଗମନ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଗଲା । ଆଗକୁ ମଧ୍ୟ ଆମେ ଆଗକୁ ବଢିବା । ୨କୋଟି ୨୨ଲକ୍ଷ ବ୍ୟୟ ଅଟକଳରେ ହେବାକୁ ଯାଉଥିବା ଏହି ରାସ୍ତା ଦ୍ୱାରା ତୁଳତୀ ପଞ୍ଚାୟତ ଓ ତଳଗଡ ପଞ୍ଚାୟତର ଗମନାଗମନ କ୍ଷେତ୍ରରେ ଯୋଗସୂତ୍ର ସ୍ଥାପନ ସୁଗମ ହୋଇପାରିବ । ଶିଳାନ୍ୟାସ କାର୍ଯ୍ୟକ୍ରମରେ ଦିପ୍ତିମୟୀ କୁଅଁର, ଶୀତାକାନ୍ତ କୁଅଁର, ବ୍ରାହ୍ମଣୀଦେବୀ ମଣ୍ଡଳ ସଭାପତି ରାକେଶ ଜେନା, ଧନେଶ୍ୱର ବାରିକ, ଗୋପାଳ ସାହୁ, ପ୍ରକାଶ ଧଳ, ବିଷ୍ଣୁ ରଥ, ଉଦୟ ପରିଡା, ସେକ୍ ଜହର ଅଲ୍ଲୀ, ଗୌରପୁର ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ବରୁଣ୍ଡେଇ ସମିତି ସଭ୍ୟ ରଶ୍ମିରଞ୍ଜନ ପରିଡା, ଜନ୍ମେଜୟ ସାହୁ, ପ୍ରଫୁଲ୍ଲ ଜେନା, ଗୟାଧର ପରିଡା, ପ୍ରଦୀପ ରାଉତରାୟ, ପ୍ରତାପ ରାଉତ, ଅଶୋକ ବାରିକ, ରମେଶ ଭୂୟାଁ, ସୁଜିତ୍ ସ୍ୱାଇଁ, ନିରଞ୍ଜନ ବାରିକ, ମନ୍ମଥ ଜେନା, ସନ୍ତୋଷ ସ୍ୱାଇଁ, ପପିନ ମିଶ୍ର, ଜୟନ୍ତୀ ସାହୁ, କୁଳମଣି ଦାସ, ପ୍ରଶାନ୍ତ ମଲ୍ଲିକ, ସୁବାଷ ପଣ୍ଡା, ସରୋଜ ନାୟକ, ମନମୋହନ ପଣ୍ଡା, ପ୍ରକାଶ ବେହେରା, ସତ୍ୟପ୍ରିୟ ବିଶ୍ୱାଳ, କରୁଣାକର ବାରିକ, କଳିଙ୍ଗ ବାରିକ, ବିଷ୍ଣୁ ସେଠୀ, ଅରୁଣ ଶୀଅଳ, ବିଶ୍ୱଜିତ୍ ବାରିକ, ଜିତେନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ତୁଳତୀ ପଞ୍ଚାୟତ କୋଗାଁ ଛକ ଠାରେ ଶହଶହ କର୍ମୀ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିବା ସହ ବାଇକ ଶୋଭାଯାତ୍ରାରେ ପିମ୍ପଲ ଛକ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।