‘ମୁକ୍ତିି’ ର ଉନ୍ମୋଚନ

ାା ପ୍ରଭାନୁ୍ୟଜ ।ା ଯାଜପୁର : ବିରଜା ମନ୍ଦିର ସନ୍ନିକଟ ମାଧବ ମଣ୍ଡପରେ ବିରଜା ସାହିତ୍ୟ ସଂସ୍କୃତି ଗବେଷଣା ପରିଷଦର ମୁଖପତ୍ର ‘ମୁକ୍ତି’ର ଷଷ୍ଠ ବର୍ଷ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ବିରଜାରନ ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ଉନ୍ମୋଚନ ଉସବରେ ବିରଜା ମନ୍ଦିର ମୁକ୍ତି ମଣ୍ଡପ ସେବାୟତ ପରିଷଦର ସଭାପତି ତଥା ପରିଷଦର ମୁଖ୍ୟ ଉପଦେଷ୍ଟା ପଣ୍ଡିତ ଦେବୀ ପ୍ରସାଦ ପାଣି, ପ୍ରାଧ୍ୟାପକ ଅଜୟ କୁମାର ଓଝା, ପୂର୍ବତନ ସାଂସଦ ଅଞ୍ଚଳ ଦାସ, ଔପନ୍ୟାସିକ ଜଗନ୍ନାଥ ଧଳ, ଅଧ୍ୟାପକ ଦାମୋଦର ବେହେରା ଅତିଥି ଭାବେ ଯୋଗ ଦେଇଥିଲେ । ପରିଷଦର ସମ୍ପାଦକ ଶିକ୍ଷକ ପ୍ରଶାନ୍ତ କୁମାର ରାଉତରାୟ ବାର୍ଷିକ ବିବରଣୀ ପାଠ କରିବା ସହିତ ପରିଷଦର ସଭାପତି ସାର୍ ନଟବର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିରଜା ସଂସ୍କୃତିର ପ୍ର·ର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁଲେଖିକା ନିର୍ମଳାବାଳା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଯଥା ସାହିତ୍ୟ ପାଇଁ ବର୍ଷିୟାନ ଲେଖକ ବାମନ ଚରଣ ଜେନା, ଦିନଚର୍ଯ୍ୟାର ସଂପାଦକ ତପନ ମହାରଣ୍ୟ ଶର୍ମା ଏବଂ ଉଦୟାର୍କର ସଂପାଦକ ସରୋଜ କୁମାର ମଲ୍ଲିକଙ୍କୁ ପରିଷଦ ତରଫରୁ ଉତ୍ତରୀୟ ଏବଂ ମା’ଙ୍କ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା । ସୁସାହିତି୍ୟକ ରବୀ ଶତପଥୀ, ଶିକ୍ଷାବିତ କାମେଶ୍ୱର ପଣ୍ଡା, ବିରଜା ସେବା ସମିତିର ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ମହାପାତ୍ର, ପଣ୍ଡିତ ତି୍ରଲୋଚନ ପତି, ଅଧିକାରୀ ନବ କିଶୋର ଦାସ, ତପନ ମହାରଣ୍ୟ ଶର୍ମା, ପଣ୍ଡିତ ଜଗନ୍ନାଥ ପାଣି ନିଜର ନିଜର ମୂଲ୍ୟବାନ ମତ ପ୍ରଦାନ କରିଥିଲେ । ପରିଷଦର ବରିଷ୍ଠ ସଦସ୍ୟ ରବୀନ୍ଦ୍ର କୁମାର ମହାନ୍ତି, ବିଜୟାନନ୍ଦ ନାୟକ, ଅନିଲ୍ କୁମାର ସେଠୀ, କମଳାକାନ୍ତ ସନ୍ଧିବିଗ୍ରହ, ବିଜନ୍ କୁମାର ସାମଲ, କୁମାର ବା‚ୁ, ଆକାଶ ମଲ୍ଲିକ ଏବଂ ନୃତ୍ୟାଙ୍ଗନା ମେଘନା ମଲ୍ଲିକ ପ୍ରଭୃତି ମଞ୍ଚ ପରି·ଳନା କରିଥିଲେ । ପରିଷଦର ବାର୍ତ୍ତା ସଂପାଦକ ମୀନକେତନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।