ତିନି ବାଲି ବୋଝେଇ ଟ୍ରାକ୍ଟର ଜବତ

 ସାରସକଣା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରୁ ୩ ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି । ମିଳିଥିବା ସୂଚନା ମୁତାବକ ଥାନାଧିକାରୀ ମୃତୁ୍ୟଞ୍ଜୟ ପ୍ରଧାନଙ୍କ ନିଦେ୍ର୍ଦଶ ଅନୁଯାୟୀ ଏସ୍ଆଇ ଗଦାଧର ଭୋଇ ସଦଳବଳେ ବମ୍ବେଛକ, ସାନଚାଟରା, ବାଉଁଶଦା, ପାଣ୍ଡରା ପ୍ରମୁଖ ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ । ସେହିପରି ପେଟ୍ରୋଲିଂ ସମୟରେ ପାଣ୍ଡରା ବାଲି ଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରୁ ଗଦାଧରପୁର ପଟେ ବେଆଇନ ବାଲି ବୋଝେଇ ଆସୁଥିବା ତିନିଟି ଟ୍ରାକ୍ଟରକୁ ପୁଲିସ ଟିମ୍ ଅଟକ କରି ବେଆଇନ ପାରିବହନ ଦେଖି ଝାରପୋଖରୀଆ ଥାନାକୁ ଆଣିଥିଲେ । ଘଟଣାକୁ କେନ୍ଦ୍ର କରି ଥାନାରେ ୩୩୬/୨୪ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଓଡି-୧୧ଜି-୯୭୬୦, ଓଆର୍-୧୧ଡି-୦୮୯୫, ଓଆର୍-୧୧ବି-୮୧୩୭ ନମ୍ବର ବିଶିଷ୍ଟ ତିନୋଟି ଗାଡି ଉପରେ ମାମଲା ରୁଜୁ କରାଯାଇ ବେଆଇନ ବାଲି ବୋଝେଇ କରୁଥିବା ଟ୍ରାକ୍ଟରର ଚାଳକ ସୁରଜ ସିଂ (୨୩), ସଞ୍ଜୟ କୁମାର ନାୟକ (୩୨)ଙ୍କୁ ଗିରଫ କରାଯାଇଥିବାବେଳେ ଜଣେ ଚାଳକ ଗାଡି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ଚାଳକମାନଙ୍କୁ ନୋଟିସ୍ ଦେଇ ଥାନାରୁ ଛଡାଯିବ ବୋଲି ଆଇଆଇସି ମୃତୁ୍ୟଞ୍ଜୟ ପ୍ରଧାନ ସୂଚନା ଦେଇଛନ୍ତି ।