ନିର୍ଯାତନା ସହିନପାରି ଯୁବତୀଙ୍କ ଆତ୍ମହତ୍ୟା

 ଟାଙ୍ଗୀ-ଚୌଦ୍ୱାର : କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ୬ ନମ୍ବର ୱାର୍ଡ ସ୍ଥିତ ମୁଣ୍ଡମାଳ ମଠ ସାହିରେ ଜଣେ ଯୁବତୀ ଆତ୍ମହତ୍ୟା କରିଥିବାର ଜଣାପଡିଛି । ବିଷ୍ଣୁ ଚରଣ ପାତ୍ରଙ୍କ ଝିଅ ଖୁସୀ ପାତ୍ର କଟକ ସ୍ଥିତ ଏକ ଘରୋଇ ସଂସ୍ଥା ସାଟିନ୍ ଫାଇନାନ୍ସରେ ଅଢେଇ ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟରତ ଥିଲେ । ଏହି କମ୍ପାନୀର ଏରିଆ ମ୍ୟାନେଜରଙ୍କ ପିଏ ସ୍ମୁତିି ରଞ୍ଜନ ଜେନା ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ବାରମ୍ବାର ଦେଉଥିବାର ଘଟଣା ମୃତୁ୍ୟ ପୂର୍ବରୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ନିର୍ଯାତନା ସହି ନପାରି ଯୁବତୀ କମ୍ପାନୀକୁ ଛାଡ଼ିଦେବାକୁ ନିଷ୍ପତି ନେଇଥିଲେ କିନ୍ତୁ ବ୍ୟକ୍ତି ଜଣକ ଖୁସିକୁ ପୁନର୍ବାର ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ । ଫଳରେ ଏହାକୁ ସହ୍ୟ କରି ନପାରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସ୍ଥାନୀୟ ଲୋକ ଝରକା ବାଟେ ପଙ୍ଖାରେ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ଚୌଦ୍ୱାର ଥାନା ଅଧିକାରୀ ବିଶ୍ୱରଂଜନ ସାହୁ ଘଟଣା ସ୍ଥଳରେ ପହଞ୍ଚି ଶବ ଟିକୁ ଜବତ କରିବା ସହ  ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ କଟକ ଜିଲ୍ଲା ଜୋନ ୱାନ ଏସିପି ଅରୁଣ ସ୍ୱାଇଁ ଓ ଚୌଦ୍ୱାର ଥାନା ଅଧିକାରୀଙ୍କ ସାଇଁଟିଫିକ ଟିମ୍ ସହାୟତାରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଇଥିଲେ । ମୃତକଙ୍କ ମାଉସୀ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହିତ ଦୋଷୀକୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି  ।