ଲୁଣା ନଦୀକୁ ଯୁବତୀ ଡେଇଁଲେ

 ଲୁଣା ନଦୀକୁ ଡେଇଁଲେ ଯୁବତୀ । ଲୁଣା ନଦୀରେ ୪ କିଲୋମିଟର ଭାସିଯିବା ପରେ ଉଦ୍ଧାର କଲେ ସ୍ଥାନୀୟ ବାସିନ୍ଦା। କେନ୍ଦ୍ରାପଡ଼ା ଜିଲ୍ଲା କଳପଡ଼ା ସେତୁ ଉପରୁ କୌଣସି କାରଣକୁ ମାର୍ଶାଘାଇ ଆଖୁଆ ଦକ୍ଷିଣୀ ପଞ୍ଚାୟତ ବଉଳାଙ୍ଗ ଗାଁର ଯୁବତୀ କଳପଡ଼ା ସେତୁ ଉପରୁ ଲୁଣା ନଦୀକୁ ଯୁବତୀ ଡେଇଁପଡିଥିଲେ । ସେହିବାଟ ଦେଇ ଯାଉଥିବା ଲୋକ ଯୁବତୀ ନଦୀକୁ ଡେଇଁବା ଦେଖି ପାଟି କରିଥିଲେ। ଯୁବତୀଙ୍କୁ ବଞ୍ଚାଇବା ପାଇଁ ୩ ଜଣ ଯୁବକ ତାଙ୍କ ପଛରେ ନଦୀକୁ ଡେଇଁଥିଲେ । ହେଲେ ନଦୀରେ ପ୍ରଖର ସ୍ରୋତ ଚାଲୁଥିବାରୁ ଯୁବତୀ ନଦୀ ସ୍ରୋତରେ ଭାସିଯାଉଥିଲେ । ଦୀର୍ଘ ୪ କିଲୋମିଟ ପାଣିରେ ପହଁରି ପହଁରି ତିନି ଜଣ ଯୁବକ ଭାସିଯାଉଥିବା ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯୁବତୀ ନଦୀକୁ ଡେଇଁବା ପଛର କାରଣ ଅସ୍ପଷ୍ଟ ରହିଛି ।  ପୁଲିସ ତଦନ୍ତ ଆରମ୍ଭ କରିଛି ।