ଓଇଆର୍ସିର ଅଧ୍ୟକ୍ଷ ଭାବେ ଶପଥ ନେଲେ ପ୍ରଦୀପ
ଭୁବନେଶ୍ୱର : ଓଡ଼ିଶା ବିଦୁ୍ୟତ ନିୟାମକ ଆୟୋଗ (ଓଇଆର୍ସି)ର ଅଧ୍ୟକ୍ଷ ଭାବେ ପ୍ରଦୀପ କୁମାର ଜେନାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି । ଆଜି ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ଆୟୋଜିତ ଶପଥ ପାଠ ଉସôବରେ ରାଜ୍ୟପାଳ ଡ. କମ୍ଭମ୍ପାଟି ଶ୍ରୀ ଜେନାଙ୍କୁ ଓଇଆର୍ସିର ଅଧ୍ୟକ୍ଷ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।
ଇଲେକ୍ଟ୍ରିସିଟି ଆକ୍ଟ -୨୦୦୩ ଅନୁଯାୟୀ ଓଡ଼ିଶା ସରକାରଙ୍କ ପକ୍ଷରୁ ଗତ ମାର୍ଚ୍ଚ ୨୮ ତାରିଖରେ ପ୍ରଦୀପ କୁମାର ଜେନା, ଆଇଏଏସ୍ (ଅବସରପ୍ରାପ୍ତ)ଙ୍କୁ ଓଡ଼ିଶା ବିଦୁ୍ୟତ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ଜାରି କରାଯାଇଥିଲା ।
ଏହି ଶପଥ ପାଠ ଗ୍ରହଣ ସମାରୋହରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ ଶାସନ ସଚିବ ତଥା ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।