ଓକାକ୍କୁ ମିଳିଲା ପୁରସ୍କାର

 ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ବୈଷୟିକ ଶାଖା ଓଡ଼ିଶା କମ୍ପୁ୍ୟଟର ପ୍ରୟୋଗ କେନ୍ଦ୍ର (ଓକାକ)କୁ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଆଧାର ସମ୍ବାଦ ୨୦୨୫ କାର୍ଯ୍ୟକ୍ରମରେ ଦୁଇଟି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । 
ରେଜିଷ୍ଟ୍ରାର ଭାବେ ଆଧାର ପଞ୍ଜୀକରଣରେ ବିଶେଷ ଉପଲବ୍ଧି ହାସଲ କରିଥିବାରୁ ଓକାକକୁ ପ୍ରଥମ ପୁରସ୍କାରଟି ପ୍ରଦାନ କରାଯାଇଥିଲା । ସମଗ୍ର ଓଡ଼ିଶାରେ ୟୁଆଇଡିଏଆଇ ସ୍ଥିରୀକୃତ ମାନଦଣ୍ଡ ଅନୁଯାୟୀ ତ୍ରୁଟିମୁକ୍ତ ଏବଂ ନାଗରିକ ଅନୁକୂଳ ପଞ୍ଜିକରଣ ସେବା ଓ ସୁବିଧା ସୁନିଶ୍ଚିତ କରି ଓକାକ ଏହି ସ୍ୱୀକୃତି ପାଇପାରିଛି ।
ଦ୍ୱିତୀୟ ପୁରସ୍କାର ରାଜ୍ୟ ପ୍ରମାଣୀକରଣ ଉପଭୋକ୍ତା ଏଜେନ୍ସି (ଏୟୁଏ) ଭାବରେ ଓକାକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି । ଓକାକ ପ୍ରକୃତ ସମୟ ଆଧାର ପ୍ରମାଣୀକରଣ ପାଇଁ ଏକ ସୁରକ୍ଷିତ, ଦକ୍ଷ ଏବଂ ବିଶ୍ୱସନୀୟ ପ୍ଲାଟଫର୍ମର ସୁବିଧା ପ୍ରଦାନ କରିଆସିଛି । ବିଭିନ୍ନ ସରକାରୀ ସେବାଗୁଡିକର ନିରବଚ୍ଛିନ୍ନ ବିତରଣକୁ ଓକାକ ସକ୍ଷମ କରିଆସିଛି । ଉଲ୍ଲେଖଯୋଗ୍ୟ ଯେ, ସମୟର ଆବଶ୍ୟକତା ଅନୁଯାୟୀ ବୈଷୟିକ ଉଦ୍ଭାବନ, ସର୍ବୋତ୍ତମ ପ୍ରୟାସ ଏବଂ ୟୁଆଇଡିଏଆଇ ସହ ନିରନ୍ତର ସହଯୋଗ ମାଧ୍ୟମରେ ଓଡ଼ିଶାରେ ଆଧାର ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ଓକାକ ସହ ସମ୍ପୃକ୍ତ ସମସ୍ତଙ୍କର ନିରନ୍ତର ଓ ଉସôର୍ଗୀକୃତ ପ୍ରୟାସକୁ ଏହି ସମ୍ମାନଗୁଡିକ ପ୍ରତିଫଳିତ କରୁଛି । କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ୟୁଆଇଡିଏଆଇର ସିଇଓ ଏବଂ ଅନ୍ୟ ସମ୍ମାନିତ ଅତିଥିମାନଙ୍କ ଉପସ୍ଥିତିରେ ଆୟୋଜିତ ଉସôବରେ ଓକାକ ତରଫରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ପ୍ରଦୀପ ରାଉତ ଏହି ପୁରସ୍କାର ଗ୍ରହଣ କରିଥିଲେ ।