ଓଏସସ୍ କୃତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜଗତସିଂହପୁର: ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ୨୦୨୨ ପ୍ରକାଶ ପାଇଥିବା ବେଳେ ଜଗତସିଂହପୁର ବ୍ଲକର ମାର୍କଣ୍ଡପୁର ଗ୍ରାମର ଗଣେଶ୍ୱର ହାଁସଦାଙ୍କ ପୁଅ ଆଲବର୍ଟ ହାଁସଦା ୫୭୨ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳର ଗୌରବକୁ ଦ୍ୱିଗୁଣିତ କରିଛନ୍ତି । ଆଲବର୍ଟ ରାହାମା ନବୋଦୟ ବିଦ୍ୟାଳୟରେ ଯୁକ୍ତ ୨ ପାଠ ପଢି ଉତ୍ତୀର୍ଣ୍ଣ ପରେ ଭୁବନେଶ୍ୱର ବିଜେପି କଲେଜରେ ସ୍ନାତକ ପଢିଥିଲେ । ସେଠାରେ ପଢ଼ା ସରିବା ପରେ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଦୈନିକ ୮ ଘଣ୍ଟା ପରିଶ୍ରମ କରି ନିଜକୁ ପ୍ରସ୍ତୁତ ସହ ୨୦୨୨ ମସିହାରେ ପରୀକ୍ଷା ଦେଇଥିଲେ । ଜିଲ୍ଲା ଦଳିତ ବିକାଶ ପରିବାରରୁ ଏହି ସଫଳତା ପାଇଁ ଜଗତସିଂହପୁର ବିଡ଼ିଓ ଆଶୁତୋଷ ମିଶ୍ର ନିଜ କାର୍ଯ୍ୟାଳୟରେ ଶ୍ରୀ ଆଲବର୍ଟଙ୍କୁ କୃତଜ୍ଞତା ସହ ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କର ଆଗାମୀ ଜୀବନ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ଅତିରିକ୍ତ ବିଡ଼ିଓ ଅଜୟ କୁମାର ବେହେରା, ଜିଲ୍ଲା ଦଳିତ ବିକାଶ ପରିଷଦ ସଭାପତି ଶଙ୍କର ଦାସ, ମନୋଜ ଲେଙ୍କା, ପାରିଷଦ ଟିକି ଅଲ୍ଲୀ, ସଂଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମଲ୍ଲିକ ପ୍ରମୁଖ ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ରହି ଶ୍ରୀ ଆଲବର୍ଟଙ୍କୁ କୃତଜ୍ଞତା ଜଣାଇଥିଲେ ।