ଓଏସ୍ଆର୍ଟିସି ସିଏଓଙ୍କ ଘରେ ଭିଜିଲାନ୍ସ ରେଡ୍

ଓଏସ୍ଆର୍ଟିସି ସିଏଓଙ୍କ ଘରେ ଭିଜିଲାନ୍ସ ରେଡ୍
ଓଏସ୍ଆର୍ଟିସି ସିଏଓଙ୍କ ଘରେ ଭିଜିଲାନ୍ସ ରେଡ୍

  •  ଭୁବନେଶ୍ୱର, ୨୩ା୮ : ଚିଫ୍ ଆକାଉଣ୍ଟ ଅଫିସରଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବହିରଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏସ୍ଆର୍ଟିସି ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ଭୁବନେଶ୍ୱରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ କରାଯାଇଛି । ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଛି । ଭୁବନେଶ୍ୱର ନନ୍ଦନ ବିହାର ସ୍ଥିତ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, ପଳାଶୁଣୀରେ ଥିବା ଦୁଇଟି ଦୁଇ ମହଲା କୋଠା,ବାରିପଦା ଷ୍ଟେସନ ରୋଡରେ ଥିବା ଘର, ଭୁବନେଶ୍ୱର ଓଏସ୍ଆର୍ଟିସି ଅଫିସ ଚ୍ୟାମ୍ବର, ଖାରବେଳ ଭବନରେ ଥିବା କାର୍ଯ୍ୟାଳୟ, ଭୁବନେଶ୍ୱର  ଇଡକୋ ଟାୱାରରେ ଥିବା ଅଫିସରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ବେଳେ ଭୁବନେଶ୍ୱରରେ ୨ଟି ପ୍ଲଟ୍, ୪ଟି ବିଲ୍ଡିଂ ଓ କେରଲାରେ ୨ଟି ବିଲ୍ଡିଂ ଠାବ ହୋଇଥିବା ବେଳେ, ୫୦୦ ଗ୍ରାମ ସୁନା ଅଳଙ୍କାର, ୧ କୋଟି ୪୭ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଡିପୋଜିଟ୍ ଜବତ କରାଯାଇଛି । ବିଜୟ ମଙ୍ଗରାଜଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ତଦନ୍ତ କରି ଆଜି ସକାଳେ ର୍ଢାଉ କରିଥିଲା । ଏହି ଚଢ଼ାଉରେ ୮ ଜଣ ଡ଼ିଏସପି, ୮ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ ।