୩୧ କାର ଓ ୬୫ ବାଇକରୁ ୧ଲକ୍ଷ ୭୫ ହଜାର କଟିଲା ଫାଇନ 

୩୧ କାର ଓ ୬୫ ବାଇକରୁ ୧ଲକ୍ଷ ୭୫ ହଜାର କଟିଲା ଫାଇନ 
୩୧ କାର ଓ ୬୫ ବାଇକରୁ ୧ଲକ୍ଷ ୭୫ ହଜାର କଟିଲା ଫାଇନ 
୩୧ କାର ଓ ୬୫ ବାଇକରୁ ୧ଲକ୍ଷ ୭୫ ହଜାର କଟିଲା ଫାଇନ 


 ଭୁବନେଶ୍ୱର, ୨୯ା୪ : କାରରେ କଳାପଟି ମାରି ଅପରାଧୀ ମାନେ ଅପରାଧ ଘଟାଇବା ଯୋଗୁଁ ସୁପ୍ରିମକୋର୍ଟ ଆଣିଥିଲେ କଡା ଗାଇଡଲାଇନ୍‌  । ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ଗାଡିକୁ ସିଜ୍‌ କରିବାକୁ ମଧ୍ୟ ନିଦେ୍ର୍ଦଶ ଦେଇଥିଲେ । ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ କାରରେ କଳାପଟି ମାରି ଅପରାଧୀମାନେ କଳାଟଙ୍କା, ନିଶା ଦ୍ରବ୍ୟ ଚୋରା ଚାଲାଣ କରୁଥିବାରୁ ଏହାକୁ ରୋକିବା ପାଇଁ କମିଶନରେଟ୍‌ ପୁଲିସ କଡା ଆଭିମୁଖ୍ୟ ଗ୍ରହଣ କରିଛି  । ଆମାନିଆ କାର୍‌ ଚାଳକଙ୍କ ଗାଡିରେ କଳାପଟି ଦେଖିବା ମାତ୍ରେ ମାଡି ବସୁଛି ଟ୍ରାଫିକ୍‌ ପୁଲିସ  । ସୋମବାର ଦିନ ରାଜଧାନୀ ଜୟଦେବ ବିହାର, ଚନ୍ଦ୍ରଶେଖରପୁର, ଆଦି ଅଞ୍ଚଳରେ ଚଢ଼ାଉ କରିବା ସହ ସ୍ପେଶାଲ ଟ୍ରାଇଭ କରି କାରରୁ କଳାପଟି ବାହାର କରିବା ସହ ଫାଇନ ଆଦାୟ କରିଛି  । ୩୧ଟି କାରକୁ ପୁଲିସ ଜବତ କରିବା ସହ ସେଥିରେ ଲାଗିଥିବା କଳାପଟିକୁ ବାହାର କରିଛି  । ଟ୍ରାଫିକ୍‌ -୧ ପୁଲିସ ଚଢ଼ାଉ କରି ୧୭ଟି କାରରୁ କଳାପଟି ବାହାର କରିଥିବା ବେଳେ ଟ୍ରାଫିକ୍‌ -୨ ୧୪ଟି କାରରୁ ଜବତ କରିବା ସହ କଳାପଟି ବାହାର କରି ଫାଇନ ଆଦାୟ କରିଛି । ସେହିଭଳି ୬୫ଟି ବାଇକଠାରୁ ମଧ୍ୟ ଫାଇନ ଆଦାୟ କରାଯାଇଛି । ଖାଲି ସେତିକି ନୁହେଁ ଗାଡି ଚାଳକ ମାନଙ୍କଠାରୁ ୧ଲକ୍ଷ ୭୨ ହଜାର ଟଙ୍କା ଫାଇନ ମଧ୍ୟ କାଟିଛି ଟ୍ରାଫିକ୍‌ ପୁଲିସ  । ଏହି ଚଢ଼ଉରେ ଟ୍ରାଫିକ୍‌-୧, ଟ୍ରାଫିକ୍‌ ପୁଲିସ ଅଧିକାରୀ, ଟ୍ରାଫିକ୍‌ ଡିସିପି, ଏସିପି ଏବଂ ଥାନା ଅଧିକାରୀ ମାନେ ସାମିଲ ଅଛନ୍ତି  । ରାଜଧାନୀରେ ସେଭ ସିଟି ଡ୍ରାଇଭକୁ ଜୋରଦାର କରିବାକୁ ପୁଲିସ କମିଶନର ସଂଜୀବ ପଣ୍ଡା କଡା ନିଦେ୍ର୍ଦଶ ଦେଇଛନ୍ତି  ।  ଏହିଭଳି ଅମାନିଆଙ୍କ ବିରୋଧରେ କଡାକଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଶ୍ରୀ ପଣ୍ଡା ନିଦେ୍ର୍ଦଶ ଦେଇଛନ୍ତି  । କିିଛି ଗାଡି ଚାଳକ ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନକୁ ଉଲ୍ଲଂଘନ କରି ଗାଡିରେ କଳାପଟି ଲଗାଉଥିବାରୁ ସେମାନଙ୍କ ବିରୋଧରେ ଏଭଳି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି  । କାରରେ କଳାକାଚ ଲଗାଇ ଅପରାଧୀ ମାନେ ବଡଧରଣର ଅଘଟଣ ଘଟାଉଥିବାରୁ କୋର୍ଟ ଏଭଳି ନିଦେ୍ର୍ଦଶ ଦେଇଛନ୍ତି  । ଖାଲି ଟ୍ରାଫିକ୍‌ ପୁଲିସ ନୁହେଁ, ଏହି ଚଢାÿଉରେ ସାମିଲ ଅଛନ୍ତି ଆରଟିଓ-୧ ଏବଂ ଆରଟିଓ-୨ର ଅଧିକାରୀମାନେ । ଏହିଭଳି ଚଢାÿଉ ଅଭିଯାନ ପ୍ରତ୍ୟେକ ଦିନ ଚାଲିବ ବୋଲି ଟ୍ରାଫିକ୍‌ ଡିସିିପି ପ୍ରାଣକୃଷ୍ଠ ରାଉତ କହିଛନ୍ତି  ।