ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର

ଭୁବନେଶ୍ୱର, ୫ା୧୨ : ଏକ ବଡ ଅଘଟଣରୁ  ଅଳ୍ପକେ ବର୍ତ୍ତି ଯାଇଛନ୍ତି ରାଜ୍ୟ ସରକାରଙ୍କ ସୂଚନା କମିଶନଙ୍କ ରେଜିଷ୍ଟ୍ରାର ଓ ତାଙ୍କ ଡ୍ରାଇଭର । ରାଜଧାନୀର ରାଜ ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର । ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର କଳ୍ପନା ପାନ୍ଥନିବାସ ନିକଟରେ ଏହି ଅଘଟଣ ଘଟିଛି ।
 ସୂଚନା ଯୋଗ୍ୟଯେ, ଆଜି ସକାଳେ ରେଜିଷ୍ଟ୍ରାର ଓ ଡ୍ରାଇଭର କୌଣସି କାମରେ ଯାଉଥିବା ବେଳେ କଳ୍ପନା ପାନ୍ଥନିବାସ ନିକଟରେ କାରରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଥିବା ଦେଖି ଡ୍ରାଇଭର ଓ ରେଜିଷ୍ଟ୍ରାର କାରରୁ ଓହ୍ଲାଇ ପଡିଥିଲେ । ପରେ କାରଟି ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କାରରେ କିପରି ନିଆଁ ଲାଗିଲା, ତାହା ଜଣାପଡିନାହିଁ । ସର୍ଟ ସିର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନେ୍ଦହ କରାଯାଉଛି ।