ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ୨୪ଟି ବସ୍ତିରେ ରେଡ୍

ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ୨୪ଟି ବସ୍ତିରେ ରେଡ୍
ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ୨୪ଟି ବସ୍ତିରେ ରେଡ୍

  • ଭୁବନେଶ୍ୱର,୨୩ ।୮ : ଆକ୍ସନ ମୋଡରେ ମୋହନ ସରକାର । ଟାର୍ଗେଟରେ ମଦ ମାଫିଆଙ୍କୁ ନିପାତ । ଏନେଇ ବିଭିନ୍ନ ଜିଲ୍ଲାର ପୁଲିସ ଓ ଅବକାରୀ ବିଭାଗକୁ କଡା ତାଗିଦ୍ । ଯାହାକୁ ନେଇ ଏବେ ଓଡ଼ିଶା ସମେତ ରାଜଧାନୀରେ ଚାଲିଛି ମଦ ଧରପଗଡ଼ ଅଭିଯାନ । ପ୍ରତେକ ଦିନ ରାଜଧାନୀରେ ପୁଲିସ ଓ ଅବକାରୀ ବିଭାଗ ଟିମ ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରି ବହୁ ଚୋରା ମଦ ବେପାରୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଦେଶୀମଦ ଜବତ କରାଯାଉଛି । ସବୁଦିନ ପରି ଆଜି ସକାଳୁ ଅବକାରୀ କମିଶନର ଓ ଭୁବନେଶ୍ୱର ଡିସିପିଙ୍କ ନିଦେ୍ର୍ଦଶ କ୍ରମେ ଅବକାରୀ ଟିମ ଓ କମିଶନରେଟର ୟୁପିଡି ଟିମ ସେଫ୍ ସିଟି ଡ୍ରାଇଭ୍ ଆରମ୍ଭ କରି ୧୮ଟି ଥାନା ପୁଲିସ ମିଳିତ ଭାବେ ୨୪ଟି ସ୍ଥାନରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପୁଲିସ ଟିମ ୨୦ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୯୭୫ ଲିଟର ଦେଶୀମଦ, ୨୨ ଲିଟର ପୋଚ, ୫୦୦ ଲିଟର ମହୁଲ ପୋଚ ଓ ମଦ ତିଆରି ସାମଗ୍ରୀ ଜବତ କରାଯାଇଛି । ସେହିପରି ଭୁବନେଶ୍ୱର ଅବକାରୀ ଟିମ ୩ଟି ଥାନା ଅଞ୍ଚଳରେ ଚଢ଼ାଉ କରି ୭ ଜଣ ବେପାରୀଙ୍କୁ ଗିରଫ କରିଥିବା ବେଳେ, ସେମାନଙ୍କ ଠାରୁ ୧୭୧ ଲିଟର ଦେଶୀମଦ ଜବତ କରାଯାଇଛି । ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।
     ସୂଚନା ଯୋଗ୍ୟଯେ, ସରକାରଙ୍କ କଡ଼ା ନିଦେ୍ର୍ଦଶ କ୍ରମେ ରାଜଧାନୀକୁ ନିଶାମୁକ୍ତ କରିବା ନେଇ ପୁଲିସ କମିଶନର ସଞ୍ଜୀବ୍ ପଣ୍ଡା ଓ ଡ଼ିସିପି ପ୍ରତୀକ୍ ସିଂହ ଅଣ୍ଟା ଭିଡ଼ିଛନ୍ତି । ଡ଼ିସିପିଙ୍କ କଡ଼ା ନିଦେ୍ର୍ଦଶ କ୍ରମେ ଭୁବନେଶ୍ୱର ୧୮ଟି ଥାନାର ଅଧିକାରୀ, ପୁଲିସ ଟିମ, ପିଓପିଡ଼ି ଟିମ, ଟିମ-୬୦ ମିଳିତ ଭାବେ ୨୪ଟି ବସ୍ତିରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ବେଳେ ପୁଲିସ ଟିମ ୩ ଜଣ ମହିଳା ସମେତ ୨୦ ଜଣ ମଦ ବେପାରୀଙ୍କୁ ଗିରଫ କରିଥିଲେ । ସେମାନଙ୍କ ଘର ତଲାସି ବେଳେ କାହାର ସିକ୍ରେଟ୍ ଚ୍ୟାମ୍ବର ଭିତରୁ ତ ଆଉ କାହାର ବାରିପଟୁ ତ ଆଉ କାହାର ଗଛ ମୁଳରୁ ୯୭୫ ଲିଟର ଦେଶୀମଦ ,୨୨ ଲିଟର ପୋଚ, ୫୦୦ ଲିଟର ମହୁଲ ପୋଚ ଓ ମଦ ତିଆରି ସାମଗ୍ରୀ ଜବତ କରାଯାଇଛି । ପରେ ଆଜି ସମସ୍ତ ମଦ ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏଭଳି ଅଭିଯାନ ପ୍ରତେକ ଦିନ କରାଯାଇ ରାଜଧାନୀକୁ ମଦମୁକ୍ତ କରାଯିବ ବୋଲି ଡ଼ିସିପି ସୂଚନା ଦେଇଛନ୍ତି । ଏଭଳି କମିଶନରେଟ୍ ପୁଲିସ ଓ ଅବକାରୀ ବିଭାଗର ମଦ ଧରପଗଡ଼ ପରେ ବିଭିନ୍ନ ବସ୍ତିରେ ଏବେ ମଦ ମାଫିଆ ଭିତରେ ଛନକା ଦେଖାଯାଇଛି । ସେହିପରି ଆଜି ଭୁବନେଶ୍ୱର ଅବକାରୀ ବିଭାଗ ଟିମ ମଧ୍ୟ କ୍ୟାପିଟାଲ, ମଞ୍ଚେଶ୍ୱର ଓ ବଡ଼ଗଡ଼ ଥାନା ଅଞ୍ଚଳରେ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୧୭୧ ଲିଟର ଦେଶୀମଦ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ ବିଦ୍ୟାଧର ସାହୁ, ଜୁବଲି ସ୍ପିଖା, ଗୀତା ନାୟକ, ବିଜେନ୍ଦ୍ର ନାୟକ, ସମିତା ମୁର୍ମୁ, ଚିତ୍ରା ମୁର୍ମୁ ଓ ସୁରେନ୍ଦ୍ର ନାଥ ସୁତାର ।