ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୁଲିସ ଏକ ଦାମୀ କାର ସହ ୧୩୦ କିଲୋ ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଲୁହୁରବାଲି ଗାଁର ଉମେଶ ଚନ୍ଦ୍ର ଦିଗାଲ ଏବଂ ରାଜେଶ କୁମାର ଦିଗାଲ ବୋଲି ଜଣାପଡିଛି । ତେବେ ପୋଲିସର ସୂଚନା ଅନୁସାରେ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିଦେ୍ର୍ଦଶକ୍ରମେ ଥାନାରେ କାର୍ଯ୍ୟରତ ଏସ୍ଆଇ ଦୀପକ କୁମାର ରାଉତଙ୍କ ନେତୃତ୍ୱରେ ଏକ ଟିମ୍ ଫୁଲବାଣୀ ବାଲିଗୁଡା ରାସ୍ତାର ବାଲି କିଡାଡି ଛକ ନିକଟରେ ଜଗି ରହି ସମ୍ପୃକ୍ତ କାରଟିକୁ ଧରିବାରେ ସଫଳ ହୋଇଥିଲେ । ତେବେ ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ୮୩/୨୦୨୫ରେ ଏକ ମାମଲା ରୁଜୁ କରି ଜବତ କାର ଓ ଗଞ୍ଜେଇ ସହ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି ।