ବାଇକ୍ ଦୁର୍ଘଟଣାରେ ଜଣେ ମୃତ

 କନ୍ଧମାଳ:  ବିଶିପଡ଼ା ସଦର ଥାନା ଅନ୍ତର୍ଗତ ରୁଜାଙ୍ଗୀ ପେଟ୍ରୋଲ ପମ୍ପ ନିକଟରେ  ବାଇକ୍ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଛି  । ମୃତକ ଜଣକ ହେଲେ ଗୋଛା ପଡା ଥାନା ଅନ୍ତର୍ଗତ କଟ୍ରିଙ୍ଗିଆ  ପଞ୍ଚାୟତର ବାଡା ଗାଣ୍ଡା ଗ୍ରାମର ରାମଚନ୍ଦ୍ର ଦିଗାଲ (୨୫)  । ସେ କୌଣସି କାମରେ ଅପାଚେ ବାଇକ୍  ଓ ଡି ୦୨ ବି କେ ୮୪୧୫ ମିଣିଆ ଯାଉଥିବା ସମୟରେ ରୁଜାଙ୍ଗି ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ସିମେଣ୍ଟ ପୋଲରେ ପିଟି ହୋଇ ମୃତୁ୍ୟ ହୋଇଛି  । ଏ ନେଇ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବାରୁ ଘଟଣା ସ୍ଥଳରେ ଥାନା ଅଧିକାରୀ କନକ କୁମାର୍ ମାଝୀ ସମେତ ପୋଲିସ ବାହିନୀ ପହଞ୍ଚି ସବ ଜବତ କରି ଫୁଲବାଣୀ ମେଡିକାଲକୁ ପଠାଇଛନ୍ତି  ।