ଓଟିଏମ ବଞ୍ଚାଅ ସଂଗଠନର ବୈଠକ: ଶିଳ୍ପ ପ୍ରତିଷ୍ଠା ନ ହେଲେ ହେବ ଜୋରଦାର ଆନେ୍ଦାଳନ
ଟାଙ୍ଗୀ-ଚୌଦ୍ୱାର: କଟକ ଜିଲ୍ଲା ଚୌଦ୍ୱାରର ପୁରାତନ ଓଟିଏମ୍ ମିଲକୁ ଚଲେଇବା ପାଇଁ ବାରମ୍ବାର ଆନେ୍ଦାଳନ କରିଆସୁଥିବା ଓଟିଏମ୍ ବଞ୍ଚାଅ ସଂଗଠନ ପୁଣି ଜାଗି ଉଠିଲା । ଉଲ୍ଲେଖ ଯେ, ଓଟିଏମ ବଞ୍ଚାଅ ସଂଗଠନ ୨୦୦୫ ମସିହା ସେପ୍ଟେମ୍ବର ୧ ତାରିଖରୁ ଦୀର୍ଘ ୨୧ ବର୍ଷ ଧରି ଆନେ୍ଦାଳନ ଚଲେଇ ଆସୁଥିଲା । ଗତ ସରକାରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଟିଏମ ମିଲର ପୁନରୁଦ୍ଧାର ପାଇଁ ବଧି ପଡିଆକୁ ଆସି ୱେଲସ୍ପୁନ ନାମକ କମ୍ପାନୀର ମାଲିକ ବିକେ ଗୁଏଙ୍ଗାଙ୍କ ସହିତ ଏକ ରାଜିନାମା ହେବା ସହିତ ଏହାକୁ ନିଜ ହାତ ନେଇ ଏଠାରେ ଏକ ହବ୍ ବୋଲି ସ୍ଥିରୀକୃତ ହୋଇଥିଲା । ବର୍ତ୍ତମାନ ସରକାର ବଦଳି ଥିଲେ ସୁଦ୍ଧା ଏହାର କୌଣସି ନିଷ୍କର୍ଷ ବାହାରି ନଥିଲା । ତେଣୁ ଆଜି ଓଟିଏମ ବଞ୍ଚାଅ ସଂଗଠନର ସଭାପତି ଦୀପକ ବାରିକ ନେତୃତ୍ୱରେ ଓଟିଏମ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଡକାଯିବା ସହିତ ଆଗାମୀ ଦିନରେ ଏହି ୱେଲସ୍ପୁନ କମ୍ପାନୀ ଯଦି ଏଠାରେ ଏକ ବୟନ ଶିଳ୍ପ ସହ ଏକ ହବ୍ ନିର୍ମାଣ ନକରା ଯାଏ, ତେବେ ଆଗାମୀ ଦିନରେ ଆନେ୍ଦାଳନକୁ ଜୋରଦାର କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଚିତ୍ତ ରଞ୍ଜନ ନାୟକ, ଦୁଲାଳସେନ ସ୍ୱାଇଁ, ପିଣ୍ଟୁ ବେଉରା, ଟୁଳିଆ ବେହେରାଙ୍କ ସମେତ ବହୁ ପୁରାତନ ଶ୍ରମିକମାନେ ଉପସ୍ଥିତ ଥିଲେ ।