ଚକ୍ଷୁଦାନ କଲେ ପୁଲିସ 


ାା ପ୍ରଭାନୁ୍ୟଜ୍ ।ା ରାଜକନିକା: ମୃତୁ୍ୟ ପରେ ଚକ୍ଷୁଦାନ କରି ଅମର ହୋଇ ଯାଇଛନ୍ତି ଜଣେ ପୁଲିସ ଅଧିକାରୀ । ରାଜକନିକା ବ୍ଲକ ଜୟନଗର ପଞ୍ଚାୟତ ଅନ୍ତର୍ଗତ କୁସୁନପୁର ଗ୍ରାମର ରାଧାଗୋବିନ୍ଦ ମଢୁଆଳ ବାଲେଶ୍ୱର ଜିଲା କମର୍ଦ୍ଦା ଥାନାରେ ଏଏସଆଇ ଭାବେ କାର୍ଯ୍ୟ କରନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ରେ ହଠାତ ଅସୁସ୍ଥ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିସôାଳୟକୁ ନିଆଯାଇଥିଲା । ହେଲେ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହି ଖବର ଜଣାପଡିବା ପରେ ରାଜକନିକା ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଥିଲା । ମୃତୁ୍ୟ ପରେ ସେ ତାଙ୍କର ଚକ୍ଷୁ ଦାନ କରି ସବୁଦିନ ପାଇଁ ଅମର ହୋଇ ଯାଇଛନ୍ତି । ତାଙ୍କ ବିୟୋଗରେ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଫକୀର ମୋହନ ନାୟକ, ହରିହର ଜେନା, ପ୍ରଦୀପ୍ତ କୁମାର ପଲାଇ, ବସନ୍ତ କୁମାର ଦାସ, ସୁରେଶ ଚନ୍ଦ୍ର ରାଉତ, ଫକୀର ଚନ୍ଦ୍ର ପ୍ରଧାନ, ଖଗେଶ୍ୱର ପଢିହାରୀ, ସଞ୍ଜୟ କୁମାର ବିଶ୍ୱାଳ, ନିରୋଦ ରାଉତ, ନିରୋଦ ନାୟକ, ନିର୍ମଳ ପଲାଇ, ଗୋକୁଳ ଚନ୍ଦ୍ର ପାଣି ଓ ପ୍ରଦୀପ କୁମାର ବିଶ୍ୱାଳ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।