ଓଡ଼ିଶାକୁ ଆସୁଛନ୍ତି କୋଟିଏ ପର୍ଯ୍ୟଟକ

ଓଡ଼ିଶାକୁ ଆସୁଛନ୍ତି କୋଟିଏ ପର୍ଯ୍ୟଟକ
  • ପ୍ରତିବର୍ଷ ବୁଲୁଛନ୍ତି କୋଟିଏ
  • ବିଦେଶରୁ ଆସୁଛନ୍ତି ୫୦ ହଜାର
  • ପୁରୀ ଓ ଖୋର୍ଦ୍ଧା ସର୍ବାଗ୍ରେ
  • ବୌଦ୍ଧକୁ ମାତ୍ର ୧୦ ହଜାର


ଭୁବନେଶ୍ୱର : ଓଡ଼ିଶାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୦୨୨-୨୩ରେ ୮୬ ଲକ୍ଷ ପର୍ଯ୍ୟଟକ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବୁଲିଥିବାବେଳେ ୨୦୨୩-୨୪ରେ ୧ କୋଟି ଓ ୨୦୨୪-୨୫ରେ ୧ କୋଟି ୧୩ ଲକ୍ଷ ପର୍ଯ୍ୟଟକ ଆସିଥିଲେ । ସେହିପରି ପର୍ଯ୍ୟଟକଙ୍କ ପସନ୍ଦରେ ପୁରୀ ଓ ଖୋର୍ଦ୍ଧା ରହିଛି । 


    ତଥ୍ୟ ଅନୁଯାୟୀ, ୨୦୨୪-୨୫ରେ ଅନୁଗୁଳକୁ ୧ ଲକ୍ଷ ୫୬ ହଜାର, ବାଲେଶ୍ୱରକୁ ୩ ଲକ୍ଷ ୬୫ ହଜାର ଓ ବରଗଡ଼କୁ ୨ ଲକ୍ଷ ୭୦ ହଜାର ପର୍ଯ୍ୟଟକ ଆସିଥିଲେ । ଯେତେବେଳେକି ବଲାଙ୍ଗୀରକୁ ୩ ଲକ୍ଷ ୪୪ ହଜାର, ଭଦ୍ରକକୁ ୧ ଲକ୍ଷ ୪୯ ହଜାର, ବୌଦ୍ଧକୁ ୧୦ ହଜାର, କଟକକୁ ୭ ଲକ୍ଷ ୫୬ ହଜାର ପର୍ଯ୍ୟଟକ ଆସିଛନ୍ତି । ଏହାଛଡ଼ା ଦେବଗଡ଼କୁ ୩୪ ହଜାର, ଢେଙ୍କାନାଳକୁ ୨୫ ହଜାର, ଗଜପତିକୁ ୧୮ ହଜାର, ଗଞ୍ଜାମକୁ ୨ ଲକ୍ଷ ୫୬ ହଜାର, ଜଗତସିଂହପୁରକୁ ୧ ଲକ୍ଷ ୫୩ ହଜାର, ଯାଜପୁରକୁ୧ ଲକ୍ଷ ୬୬ ହଜାର, ଝାରସୁଗୁଡ଼ାକୁ ୪ ଲକ୍ଷ ୮୪ ହଜାର, କଳାହାଣ୍ଡିକୁ ୩ ଲକ୍ଷ, କନ୍ଧମାଳକୁ ୪୯ ହଜାର, କେନ୍ଦ୍ରାପଡ଼ାକୁ ୪୧ ହଜାର, ଖୋର୍ଦ୍ଧାକୁ ୧୦ ଲକ୍ଷ ୫୦ ହଜାର, କୋରାପୁଟକୁ ୪ ଲକ୍ଷ ୩୬ ହଜାର, ମାଲକାନଗିରିକୁ ୮୪ ହଜାର, ମୟୂରଭଞ୍ଜକୁ ୧ ଲକ୍ଷ ୯୮ ହଜାର, ନୂଆପଡ଼ାକୁ ୮୧ ହଜାର, ନବରଙ୍ଗପୁରକୁ ୧ ଲକ୍ଷ ୩୪ ହଜାର, ନୟାଗଡ଼କୁ ୪୪ ହଜାର, ପୁରୀକୁ ୩୧ ଲକ୍ଷ ୫୦ ହଜାର, ରାୟଗଡ଼ାକୁ ୩ ଲକ୍ଷ ୫୩ ହଜାର, ସମ୍ବଲପୁରକୁ ୪ ଲକ୍ଷ ୭୫ ହଜାର, ସୁବର୍ଣ୍ଣପୁରକୁ ୫୬ ହଜାର ଓ ସୁନ୍ଦରଗଡ଼କୁ ୪ ଲକ୍ଷ ୧୪ ହଜାର ପର୍ଯ୍ୟଟକ ଆସିଥିଲେ ।


   ଅପରପକ୍ଷରେ ୨୦୨୪ରେ ବିଦେଶରୁ ୫୩ ହଜାରରୁ ଉଦ୍ଧ୍ୱର୍‌ ପର୍ଯ୍ୟଟକ ଓଡ଼ିଶାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ପୁରୀକୁ ୧୦୫୨୬, ଖୋର୍ଦ୍ଧାକୁ ୨୩ ହଜାର, କଟକକୁ ୧୩, ଝାରସୁଗୁଡ଼ାକୁ ୪୩୬୧, ସମ୍ବଲପୁରକୁ ୧୦୫୩, କୋରାପୁଟକୁ ୩୬୯୯, କେନ୍ଦୁଝରକୁ ୯୨, ସୁନ୍ଦରଗଡ଼କୁ ୧୩୧୦, ବାଲେଶ୍ୱରକୁ ୨୭୪, ରାୟଗଡ଼ାକୁ ୨୩୩୪, ବଲାଙ୍ଗୀରକୁ ୬୩୭, କଳାହାଣ୍ଡିକୁ ୨୭୬, ବରଗଡ଼କୁ ୩୧୨, ଗଞ୍ଜାମକୁ ୫୮, ମୟୁରଭଞ୍ଜକୁ ୧୫୦, ଯାଜପୁରକୁ ୧୯୨୮, ଅନୁଗୁଳକୁ ୧୮ ଶହ, ଜଗତସିଂହପୁରକୁ ୧୩୯୯, ଭଦ୍ରକକୁ ୧୦୪, ନବରଙ୍ଗପୁରକୁ ୯, ମାଲକାନଗିରିକୁ ୧ ଓ ସୁବର୍ଣ୍ଣପୁରକୁ ୫୮ ପର୍ଯ୍ୟଟକ ଆସିଥିଲେ ।