ଓଡିଆ ଅସ୍ମିତା ଦିବସ ପାଳନ

 ବିଞ୍ଝାରପୁର:  ଅଖିଳଚକ୍ର ପକ୍ଷରୁ ଓଡିଆ ଅସ୍ମିତା ଦିବସ ପାଳନ କରଯାଇଛି । ମଇଁଦା ୟିଜି ମିଇ ସ୍କୁଲ ପରିସରରେ ଥିବା  ମଧୁବାବୁ ଓ ଅନ୍ୟ ବରପୁତ୍ର ମାନଙ୍କୁ ପୁଷ୍ପମାଲ୍ୟ  ଦିଆଯାଇ  ଏକ ଆଲୋଚନା ଚକ୍ର କରାଯାଇଥିଲା । ପ୍ରଧ୍ୟାପକ ପ୍ରସନ୍ନ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଦିନେତା ବିଚିତ୍ରାନନ୍ଦ ଦାସ ଓ ବ୍ରଜସୁନ୍ଦର ଦାସଙ୍କ ଓଡିଶା ଦେଶ ମିଶ୍ରଣ ଆନେ୍ଦାଳନ ଓ ଓଡିଆ ଭାଷାର ସୁରକ୍ଷାରେ ଥିବା ଅବଦାନ ସମ୍ପର୍କରେ ବକ୍ତା ଆଲୋକପାତ କରିଥିଲେ । ସାଧାରଣ ସମ୍ପାଦକ ହରେକୃଷ୍ଣ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇଥିଲେ । କବି ଡ. ଶ୍ରୀହରି ଧଳ, ଶିକ୍ଷାବିତ ଗୈ÷ାରାଙ୍ଗ ସ୍ୱାଇଁ, ଡ. ରବୀନ୍ଦ୍ର କୁମାର ପରିଡା, ମନୋରଞ୍ଜନ ଧଳ, ପୀତାମ୍ବର ସ୍ୱାଇଁ, ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ସେଠୀ, ରମେଶ ଚନ୍ଦ୍ର ନାଥ, ଅଚୁ୍ୟତାନନ୍ଦ ଧଳ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ କୁମାର  ବେହୁରିଆ, କବି ଭଗବାନ ଦାସ, ସରପଂଚ କାର୍ତିକ ଚନ୍ଦ୍ର ଧଳ ପ୍ରମୁଖ ଯୋଗ ଦେଇଥିଲେ ।