ଭୁଟାନ ଯୁବ ସମ୍ମିଳନୀରେ ଯୋଗଦେବେ ଓଡ଼ିଆ ଛାତ୍ର
ାା ପ୍ରଭାନୁ୍ୟଜ ।ା ରସୁଲପୁର: ଏହି ବ୍ଲକ ବାରବାଟୀ ପଞ୍ଚାୟତର ଉଦୀୟମାନ ଛାତ୍ର ତଥା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଛାତ୍ର ଶାଶ୍ୱତ କୁମାର ଦାଶ ତୃତୀୟ ଭରତ ଭୁଟାନ ଯୁବ ସମ୍ମିଳନୀରେ ଯୋଗଦେବାକୁ ଭୁଟାନ ଯାତ୍ରା କରିଛନ୍ତି । ସମ୍ମିଳନୀକୁ ଉଭୟ ଭାରତ ଓ ଭୁଟାନ ସରକାରଙ୍କ ମିଳିତ ଉଦ୍ଦ୍ୟମରେ ଆୟୋଜିତ ହେଉଛି । ସମ୍ମିଳନୀ ଚଳିତ ମାସ ୮ ତାରିଖରୁ ଆସନ୍ତା ୧୮ତାରିଖରେ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସମ୍ମିଳନୀରେ ଭରତରୁ ୧୦ଜଣ ଓ ଭୁଟାନରୁ ୧୨ଜଣ ଛାତ୍ର ଭାଗ ନେବା ପାଇଁ ଚୟନ ହୋଇଛନ୍ତି । ଶ୍ରୀ ଦାଶ ଏକମାତ୍ର ଓଡ଼ିଆ ଛାତ୍ର ଭାବେ ୧୦ଜଣଙ୍କ ମଧ୍ୟରେ ଭାରତରୁ ମନୋନୀତ ହୋଇଛନ୍ତି । ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ସହ ଉଭୟ ଦେଶର ସଂସ୍କୃତି, ପରମ୍ପରା ଉପରେ ଆଲୋକପାତ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦେ୍ଦଶ୍ୟ ରହିଛି । ଉକ୍ତ ସମ୍ମିଳନୀରେ ଉଭୟ ଦେଶର ଛାତ୍ରମାନେ ଭୁଟାନର ରାଜଙ୍କ ସମେତ ବିଭିନ୍ନ ପଦାଧିକାରୀମାନଙ୍କ ସହ ଭାବ ବିନିମୟ କରିବା ଓ ଭୁଟାନର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଶାଶ୍ୱତ୍ୱ ବାରବାଟୀ ଗ୍ରାମର ଅଧ୍ୟାପକ ସୁବାଷ କୁମାର ଦାଶ ଓ ଶିକ୍ଷୟିତ୍ରୀ ନିରୁପମା ରଥଙ୍କ ଏକମାତ୍ର ପୁତ୍ର ଅଟନ୍ତି । ଓଡିଶାରୁ ଏକମାତ୍ର ଛାତ୍ର ଭାବେ ଏହି ସଫଳତା ପାଇଥିବାରୁ ବାରବାଟୀ ଅଞ୍ଚଳରେ ତଥା ସେ ପାଠପଢିଥିବା ଓଡ଼ଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି । ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।