ନିର୍ବାଚନରେ କାର୍ଯ୍ୟରତ ଡ୍ରାଇଭରଙ୍କ ଅଂଶୁଘାତରେ ମୃତୁ୍ୟ


 ଆନନ୍ଦପୁର: ନିର୍ବାଚନ ଶେଷ ପର୍ଯାୟରେ ଯାଜପୁରରେ କାର୍ଯ୍ୟରତ ଆନନ୍ଦପୁର ଅଞ୍ଚଳର ଜଣେ ଡ୍ରାଇଭରଙ୍କ ଅଂଶୁଘାତରେ ମୃତୁ୍ୟ ଘଟିଛି । ସୂଚନା ଅନୁଯାୟୀ ଆନନ୍ଦପୁର ପୌର ପରିଷଦ ୭ ନମ୍ବର ୱାର୍ଡ ଅନ୍ତର୍ଗତ ମାଳିସାହିର ଦିଜ ସିଂଙ୍କ ପୁଅ ବିଶ୍ୱନାଥ ପେସାରେ ଡ୍ରାଇଭର ଅଟନ୍ତି । ଗତ ୨୯ତାରିଖ ଦିନ ସେ ନିଜ ଗାଡ଼ି ସହିତ ନିର୍ବାଚନ ଡୁ୍ୟଟିରେ ଯାଜପୁର ଯାଇଥିଲେ । ସେଠାରେ ହଠାତ ସେ ୨୯ତାରିଖ ଚେତାଶୂନ୍ୟ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ଅଂଶୁଘାତ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ୨୯ ତାରିଖ ସନ୍ଧ୍ୟାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ୩୦ ତାରିଖ ଦିନ ମଧ୍ୟ ରାତ୍ରିରେ ଡାକ୍ତର ତାଙ୍କୁ ମୃତୁ୍ୟ ଘୋଷଣା କରିଥିଲେ । ଆଜି ତାଙ୍କ ପାର୍ଥôବ ଶରୀରକୁ ନିଜ ପୈତୃକ ବାସଭବନକୁ ଅଣାଯାଇଥିଲା । ମୃତୁ୍ୟ ଶଯ୍ୟା ନିକଟରେ ଦୁଇ ଝିଅ ରଶ୍ମିତା, ଦେବସ୍ମିତା, ପୁତ୍ର ଦିଲ୍ଲୀପଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ବୈତରଣୀ ନଦୀ କୂଳରେ ସ୍ୱର୍ଗତ ବିଶ୍ୱନାଥଙ୍କ ଶେଷ କୃତ୍ୟ ସମ୍ପର୍ଣ କରାଯାଇଥିବା ବେଳେ ପୁତ୍ର ଦିଲ୍ଲୀପ ମୁଖାଗ୍ନୀ ଦେଇଥିଲେ ।