ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା : ବାଜା ବାଣ ରୋଷଣୀରେ ବିଦାୟ ନେଲେ ପ୍ରଭୁ ଗଜାନନ

 ଜଟଣୀ : ପବିତ୍ର ଗଣେଶ ପୂଜା ଉସôବ ଜଟଣୀର ଅନ୍ୟତମ ସାଂସ୍କୃତିକ ଓ ଭାଇଚାରାର ଉସôବ, ପୂଜା ପାଖେଇ ଆସିଲେ ଚଳ ଚଞ୍ଚଳ ହୋଇଉଠେ ସମଗ୍ର ସହର । ଚତୁର୍ଥୀ ଠାରୁ ଆରମ୍ଭ ହୋଇ ଇନ୍ଦୁ ପୂର୍ଣିମା ଦିନ ବିଭିନ୍ନ ଥାନରେ ପୂଜା ପାଉଥିବା ଠାକୁର ମାନେ ବିସର୍ଜନ ହୁଅନ୍ତି କ୍ଷ ଜଟଣୀ ଗଣେଶ ପୂଜାର ଅନ୍ୟତମ ବିଶେଷତଃ ହେଲା ଏଠାରେ ଗଶେଶଙ୍କ ସହ ମା ଲକ୍ଷ୍ମୀ ଓ ସରସ୍ୱତୀ ଏକତ୍ର ପୂଜା ପାଆନ୍ତି କ୍ଷ ସହରର ମୁଖ୍ୟ ପୂଜା ପେଣ୍ଡାଲ ଗୁଡିକ ହେଲା ଯଥାକ୍ରମେ କୁଦିଆରୀ ବଜାର, ନୀଳଚକ୍ର ମାର୍କେଟ, ମାଛ ଓ ପରିବା ମାର୍କେଟ, ଗୋଲେଇ ମାର୍କେଟ, ଗୋପବନ୍ଧୁ ବଜାର, ରାଜାବଜାର, ପୋଷ୍ଟ ଅଫିସ ଛକ, ସୀତାରାମ ଛକ, ବଡ଼ ବଜାର, ହାଟ ବଜାର, ଥାନା ଛକ, ମହୁଲ ଗୁଡିଆ ଛକ, ହରି ଭାଇନା ଛକ, ଖୁଦୁପୁର ଛକ ଆଦି ସ୍ଥାନରେ ସୁଉଚ୍ଚ ତୋରଣ ସାଙ୍ଗକୁ ଆକର୍ଷଣୀୟ ବିଦୁ୍ୟତ ସାଜସଜା ବେଶ ଆକର୍ଷଣୀୟ ହୋଇଥିବା ଦେଖିବାକୁ ମିଳିଥିଲା । ଏଥିସହ ଭିନ୍ନଭିନ୍ନ ମଣ୍ଡପରେ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ଭୋଗ ଲାଗି ହୋଇଥିଲା । ସବୁ ପୂଜା ମଣ୍ଡପ ନିକଟରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ନଗର ପାଳିକା ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଦୀର୍ଘ ଦଶଦିନ ଧରି ଛୋଟ ବଡ଼ ହୋଇ ୧୦୦ ରୁ ଊଦ୍ଧ୍ୱର୍ ପୂଜା ମଣ୍ଡପରେ ପ୍ରଭୁ ଗଜାନନ ପୂଜା ପାଉଥିଲେହେଁ ସ୍ୱୀକୃତି ପ୍ରାପ୍ତ ୧୭-୧୮ଟି ବଜାର କମିଟିର ମଣ୍ଡପ ଗୁଡିକୁ ପ୍ରାଧ୍ୟାହ୍ନ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ କଳିଙ୍ଗ ଯୁବ ପରିଷଦ ଆନୁକୂଲ୍ୟରେ ଓଡ଼ିଶାର ଲୋକକଳା, ସଂସ୍କୃତି ଓ ପରମ୍ପରା କୁ ପ୍ରାଧ୍ୟାହ୍ନ ଦେଇ ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ଶରତ ପାଇକରାୟ ଷ୍ଟାଡିଅମରେ ଗଣେଶ ମହୋସôବ ଅନୁଷ୍ଠିତ ହୋଇଥିଲା । ମହୋସôବ ପଡିଆ ପରିସରରେ ଖାଦ୍ୟ ପେୟ, ଚଟପଟି ଷ୍ଟଲ, ଖେଳନା, ବିଦୁ୍ୟତ ଉପକରଣ, ଘରକରଣା ଭଳି ପ୍ରାୟ ଦୁଇ ଶହରୁ ଉର୍ଦ୍ଧ ଷ୍ଟଲ, ଗାଡିମୋଟର ଷ୍ଟାଣ୍ଡ, ମୀନାବଜାର, ନାମିଦାମୀ ଯାତ୍ରାପାର୍ଟି ପଡିଥିଲା କ୍ଷ ପୂଜା ମଣ୍ଡପ ନିକଟରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ କର୍ମଚାରୀ ମୁତୟନ କରାଯାଇଥିଲେ । ଏହି ପରିପ୍ରେକ୍ଷୀରେ ରବିବାର ଗଣେଶ ଭସାଣି ପର୍ବ ଅନୁଷ୍ଠିତ ହୋଇଯାଇଛି । ଭସାଣି ଦେଖିବାକୁ ଜଟଣୀ ଆଖ ପାଖ ଅଞ୍ଚଳରୁ ପ୍ରାୟ ଲକ୍ଷାଧିକ ଶ୍ରଦ୍ଧାଳୁ ରାସ୍ତା କଡରେ ଭିଡ଼ ଜମାଇଥିଲେ  । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଜଣେ ଅତିରିକ୍ତ ଡିସିପିଙ୍କ ତତ୍ୱବଧାନରେ ୫୦ ଜଣ ଅଫିସର, ୨୦ ଜଣ ଡବ୍ଲୁ ସି ଙ୍କ ସହ ୧୨ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିଥିଲେ । ଜଟଣୀ ଥାନାଧିକାରୀ ଷ୍ଟାଲିନ ବିଶ୍ୱାଳ ନିଜେ ପ୍ରତ୍ୟକ୍ଷ ଭାବେ ସହରରେ ବୁଲି ପରିସ୍ଥିତି ଉପରେ ଦୃଷ୍ଟି ରଖିଥିଲେ ।