ଭାଗବତ ଜନ୍ମ ପାଳିତ
ପୁରୀ : ପବିତ୍ର ଭାଗବତ ପୂର୍ଣ୍ଣମୀରେ ଭାଗବତ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ତିଥିରେ ଅଷ୍ଟାଦଶ ପୁରାଣର ସାର ସଂଗ୍ରହ ଭାଗବତ ମହାପୁରାଣର ଆବିର୍ଭାବ ହୋଇଥିଲା । ଭାଦ୍ରବ ପୂର୍ଣ୍ଣମୀରେ ଶ୍ରୀକ୍ଷେତ୍ରର ବିଭିନ୍ନ ମନ୍ଦିର, ମଠ ଓ ଧର୍ମାନୁଷ୍ଠାନ ସହିତ ଗୃହସ୍ଥମାନଙ୍କ ଗୃହରେ ଭାଗବତ ଜନ୍ମୋସôବ ପାଳିତ ହୋଇଯାଇଛି । ଓଡ଼ିଆ ଭାଗବତକାର ଅତିବଡ଼ି ଜଗନ୍ନାଥ ଦାସଙ୍କ ସାଧନା ପୀଠ ସାତଲହଡ଼ି ମଠରେ ପ୍ରତିବର୍ଷ ଭଳି ଭକ୍ତିପୂତ ପରିବେଶ ମଧ୍ୟରେ ଭାଗବତ ଜୟନ୍ତୀ ପାଳନ କରାଯାଇଥିଲା । ଏହି ଉପଲକ୍ଷେ ଅଖଣ୍ଡ ପ୍ରଜ୍ଜ୍ୱଳିତ କରାଯିବା ସହ ଭାଗବତ ପାଠ କରାଯାଇଥିଲା ।କୁଣ୍ଢାଇବେଣ୍ଟ ସାହି ସ୍ଥିତ ଭାଗବତ ଘରେ ମଧ୍ୟ ଭାଗବତ ଜନ୍ମ ପାଳିତ ହୋଇଥିଲା । ଭାଗବତ ଘରେ ଆରତି, ହୋମ ଓ ପୂଜାର୍ଚ୍ଚନା ଯଥାବିଧି ସଂପନ୍ନ ହୋଇଥିଲା । ସାହିର ବାସିନ୍ଦାମାନେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।