ଚିତ୍ରାଙ୍କନ, ହସ୍ତଶିଳ୍ପ ଓ ରଚନା ପ୍ରତିଯୋଗିତା
ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ କେରଙ୍ଗ ଗ୍ରାମର ମହମୁଦାବାଦ ସ୍ଥିତ ମସଜିଦ ନାସିରରେ ଅହମଦିୟା ମୁସଲିମ ମହିଳା ସଂଗଠନ ନାସରାତୁଲ ଅହମଦିୟା ମେହମୁଦାବାଦ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଗ୍ରୁପ ମୋହସିନାତର ପିଲାମାନଙ୍କୁ ରଚନା (ନମାଜ କି ଅହମିୟତ କିମ୍ବା ଅରକାନେ ଇସଲାମ) ଏହି ବିଷୟରେ ୨୦୦ଶଦ୍ଦରେ ରଚନା ଲେଖିବାକୁ ଦିଆଯାଇଥିଲା ଏବଂ ଗ୍ରୁପ କାନେତାତ ପିଲାମାନଙ୍କ ମଧ୍ୟରେ ଅରକାନେ ଇସଲାମ ବିଷୟରେ ରଚନା ତଥା ହସ୍ତଶିଳ୍ପ ପ୍ରତିଯୋଗିତା କରାଯାଇଥିଲା । ଏହି ପରିଭାବେ ଗ୍ରୁପ ସ୍ୱାଲେହାତ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ୫୦ଜଣ ପିଲା ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପବିତ୍ର କୋରାନ ପାଠ ସହ ହୋଇଥିଲା । ମାରିୟା ଫୟାଜ ପବିତ୍ର କୋରାନ ପାଠ କରିଥିବା ବେଳେ ସଭାନେତ୍ରୀ ତସୁର୍ରୁନ ନାଜେରିନ ନୀରବ ପ୍ରାର୍ଥନା ଦୁଆ କରାଇଥିଲେ । ମୁଖ୍ୟଅତିଥି ଭାବେ ମହିଳା ସଂଗଠନର ସଭାନେତ୍ରୀ ତସୁର୍ରୁନ ନାଜେରିନ ଯୋଗ ଦେଇଥିବା ବେଳେ, ସେକ୍ରେଟାରୀ ନାସରାତ ରୁକସାନା ଅଞ୍ଜୁମ ପରିଚାଳନା କରିଥିଲେ ।