ଚୋରା ମୋବାଇଲ୍ ଜବତ,୨ଗିରଫ 

 ବାଲିଅନ୍ତା:  ବାଲିଅନ୍ତା ଥାନା ପୁଲିସ ୫୬୯/୨୪ ମାମଲାର ତଦନ୍ତ କରିବା ସହ  ଅଭିଯୁକ୍ତ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି  । ସେମାନେ ହେଲେ ଭିଙ୍ଗାରପୁର ସିଙ୍ଗଡ଼ା ଭୋଇ ସାହିର ପିଣ୍ଟୁ ଭୋଇ(୩୦), ଅନ୍ୟ ଜଣେ ହେଲେ ନୂଆସାହିର ବୁଲୁ ଭୋଇ(୨୮ ) । ସୂଚନା ଯୋଗ୍ୟ ଯେ, ଏସଆଇ କବିତା ନାୟକ ଓ ଟୀମ ଥାନାଧିକାରୀଙ୍କ ନିଦେ୍ର୍ଦଶ ଅନୁସାରେ ବାଲିଅନ୍ତା ଥାନା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । ଉକ୍ତ ଅଭିଯୁକ୍ତ ଦୁହେଁ ପଥରକୋଟ କେନାଲ ରୋଡ ନିକଟରେ ନିଜ ପାଖରେ କିଛି ଚୋରୀ ମୋବାଇଲ ରଖି ସେଗୁଡିକୁ ବିକ୍ରୟ ନିମନ୍ତେ ଗ୍ରାହକ ଅପେକ୍ଷାରେ ଥିବାର ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ । ସୂଚନା ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ସହ ପୁଲିସ ଟିମ୍ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ ଓ ଉକ୍ତ ଅଭିଯୁକ୍ତମାନଙ୍କୁ କାବୁ କରିବା ସହ ସେମାନଙ୍କର ନିକଟରୁ ଚୋରି ୫ଟି ମୋବାଇଲ ଫୋନ ଜବତ କରିଥିଲେ  । ପଚରା ଉଚରା ବେଳେ ଅଭିଯୁକ୍ତ ଦୁହେଁ ସେମାନଙ୍କର ପାଖରେ ରଖିଥିବା ମୋବାଇଲ ଫୋନର ରସିଦ ଦେଖାଇ ପାରିନଥିବା ବେଳେ ସେଗୁଡିକୁ ବାଲିଅନ୍ତା ଅଞ୍ଚଳରୁ ଚୋରି କରିଥିବା ଦର୍ଶାଇଥିଲେ  । ଅଧିକ ତଦନ୍ତ ପାଇଁ ପୁଲିସ ଟିମ୍ ଅଭିଯୁକ୍ତ ଦୁହିଁଙ୍କୁ ଠାରୁ ଜବତ ମୋବାଇଲ ସହିତ ଥାନା କୁ ଆଣିଥିଲେ  । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି  ।