ଜଗତସିଂହପୁରରେ ସଂସ୍କୃତ ଦିବସ ପାଳନ
ଜଗତସିଂହପୁର : ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଉକôଳ ସଂସ୍କୃତ ଶିକ୍ଷକ ମହାସଂଘ ଜÿିଲ୍ଲା ସଭାପତି ପଣ୍ଡିତ ବାସବ କୁମାର ନନ୍ଦଙ୍କ ଅଧକ୍ଷତାରେ ଜଗତସିଂହପୁର ମଣ୍ଡଳର ସଂସ୍କୃତ ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବିଶିଷ୍ଟ ଅତିଥି ଭାବେ ବିରିଡି ବ୍ଲକ ବିଓ ମିହିର କୁମାର ପାଲ, ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂସ୍କୃତ ସଙ୍ଘର କାର୍ଯ୍ୟକାରୀ ସଭାପତି ଡ଼. ଅକ୍ଷୟ କୁମାର ଦାସ, ମୁଖ୍ୟ ବକ୍ତାଭାବେ ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଚାଳିତ ମହାବିଦ୍ୟାଳୟର ସଂସ୍କୃତ ପ୍ରାଧ୍ୟାପକ ଡ଼. ବିଜୟ କୁମାର ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ଅନନ୍ତ ମହାବିଦ୍ୟାଳୟ କନ୍ତାରର ଅଧକ୍ଷ ଡ଼. ଅଶୋକ କୁମାର ପଣ୍ଡା, ଅନ୍ୟତମ ସମ୍ମାନିତ ଅତିଥି ଅବସରପ୍ରାପ୍ତ ସଂସ୍କୃତ ଅଧ୍ୟାପକ ତଥା ଜÿିଲ୍ଲା ସଂସ୍କୃତ ପରିଷଦର ସଭାପତି ପଣ୍ଡିତ ଭଗବାନ ଦାଶ ପ୍ରମୁଖ ଯୋଗଦେଇ ସଂସ୍କୃତ ଭାଷାର ଉପକାରିତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଶ୍ରୀକୃଷ୍ଣ ଏକାଡେମୀର ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଡ଼. ରବୀନ୍ଦ୍ର ନାଥ ମିଶ୍ରଙ୍କୁ "ସଂସ୍କୃତ ବିଶାରଦ’ ଏବଂ ନଳିନୀ ବାଳା ବାଳିକା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷୟିତ୍ରୀ ସବିତା ମହାନ୍ତିଙ୍କୁ "ସଂସ୍କୃତ ସୌରଭ’ ଉପାଧିରେ ଭୂଷିତ କରାଯାଇ ଉପଢୌକନ, ପୁଷ୍ପଗୁଛ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା ।