ଏଥର ଓଡ଼ିଶାରେ ନିଅଣ୍ଟିଆ ବର୍ଷା

ଏଥର ଓଡ଼ିଶାରେ  ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର:ଚଳିତବର୍ଷ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହେବ। ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବାକୁଥିବା ବେଳେ
ଓଡ଼ିଶାରେ କିନ୍ତୁ କମ୍ ବର୍ଷା ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଭାରତୀୟ ପାଣିପାଗ ବିଭାଗ ଏଭଳି ଆକଳନ କରିଛି।
ବିଭାଗ ପକ୍ଷରୁ ସୋମବାର ୨୦୨୪ ଦକ୍ଷିଣ-ପଶ୍ଚିମ ମୌସୁମୀ  ବର୍ଷା ପାଇଁ ଦୀର୍ଘ ମିଆଦୀ ଆକଳନ ଜାରି କରାଯାଇଛି। ଏହି
ଆକଳନ ଅନୁସାରେ, ଚଳିତବର୍ଷ ଦେଶରେ ସ୍ବାଭାବିକ ଠାରୁ ଅଧିକ ଅର୍ଥାତ୍ ୨୦୨୪ ମୌସୁମୀ  ଋତୁରେ ୧୦୬ ପ୍ରତିଶତ ବର୍ଷିବ। ପୂରା ଦେଶରେ ୮୭ ସେଣ୍ଟିମିଟରରୁ ଅଧିକ ବର୍ଷା ହେବ। ତେବେ ଓଡ଼ିଶା ସମେତ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ବି ନିଅଣ୍ଟିଆ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ପାଣିପାଗରେ ଏଲ୍-ନିନୋକଣ୍ଡିଶନ୍ ସରିବ। ମୌସୁମୀ ଋତୁ ଆରମ୍ଭର ଏହା କ୍ରମେ ଦୁର୍ବଳ ହେବାର ସମ୍ଭାବନା ରହିଛି।


ମୌସୁମୀର ଦ୍ୱିତୀୟାର୍ଦ୍ଧ ବେଳକୁ ସକ୍ରିୟହେବ। ଲା-ନିନା କଣ୍ଡିଶନ ରହିଲେ ଭଲ ବର୍ଷା ହେବ। ପୂର୍ବରୁ ୨୨ବର୍ଷ ହେବ ମୌସୁମୀ ଋତୁରେ ଲା-ନିନା ସକ୍ରିୟ ରହିଛି । ତେଣୁ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ତେବେ ଚଳିତବର୍ଷ କେବେ ମୌସୁମୀ  କେରଳ ଛୁଇଁବ, ସେନେଇ ମେ’ ମାସରେ ତାହା ଆକଳନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛହିନ୍ତି, ଉତ୍ତର-ପଶ୍ଚିମ, ପୂର୍ବଏବଂ ଉତ୍ତର ପୂର୍ବ ରାଜ୍ୟର କିଛି ଅଞ୍ଚଳକୁବାଦ୍ ଦେଲେ ଦେଶର ଅଧିକାଂଶ ସ୍ଥାନରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଭାରତରେ ଭଲ ମୌସୁମୀ  ବର୍ଷା କରାଉଥିବା  ଲା-ନିନା  ସ୍ଥିତି ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ସକ୍ରିୟ ହେବାର ସମ୍ଭାବନା ରହିଥିବା  ସେ ସୂଚନା ଦେଇଛନ୍ତି।