ଓଲଟିଲା କ୍ଷୀର ବୋଝେଇ ଗାଡ଼ି

 ବାରଙ୍ଗ: ନନ୍ଦନକାନନ ଛକ ମୁଖ୍ୟରାସ୍ତା କଡ଼ରେ ଥିବା ଏକ ଉଠାଦୋକାନ ଏବଂ ଏକ କେବିନକୁ ଧକ୍କା ଦେଇ ଓଲଟି ପଡ଼ିଥିଲା ଏକ ଓମଫେଡ୍ କ୍ଷୀର ବୋଝେଇ ଗାଡ଼ି । କ୍ଷୀର ଗାଡ଼ିଟି ଭୁବନେଶ୍ୱର ପଟୁ ବାରଙ୍ଗ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ କ୍ଷୀରଗାଡ଼ି ଚାଳକ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଚିକିତ୍ସା ପାଇଁ ପଠାଯାଇଛି । ମଦ ପିଇ ଗାଡ଼ି ଚଳାଉଥିବାରୁ ଏପରି ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି । ସେପଟେ ଗାଡିଟି ଏକ ବାଇକ୍ ଏବଂ ଏକ ଲୁନାକୁ ଧକ୍କା ଦେଇଥିଲେ ମଧ୍ୟ  ସୌଭାଗ୍ୟବଶତଃ ଅନ୍ୟ କାହାର କ୍ଷୟକ୍ଷତି ହୋଇନଥିବାବେଳେ କେବିନରେ ଥିବା ଜଣେ ମହିଳା ସାମାନ୍ୟ ଆହତ ହୋଇଛନ୍ତି । ଆହତ ମହିଳାଙ୍କୁ ପିସିଆର ଭ୍ୟାନ ଯୋଗେ ଚିକିତ୍ସା ପାଇଁ ପଠାଯାଇଛି । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ନନ୍ଦନକାନନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚô ଲୋକଙ୍କୁ ବୁଝାସୁଝା କରି ଗଡ଼ିଟିକୁ ଜବତ କରି ତଦନ୍ତ ଚଳାଇଛି ।