ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ

 ବାଲେଶ୍ୱର: ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ ୨୦୨୫ର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲା ସମନ୍ୱୟ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାତୀୟ କୁଷ୍ଠ ନିବାରଣ କାର୍ଯ୍ୟକ୍ରମ  ଅନ୍ତର୍ଗତ ଏହି ଅଭିଯାନକୁ ଜାନୁଆରୀ ୩୦ ତାରିଖରେ ବିଶ୍ୱ କୁଷ୍ଠ ଦିବସ ଭାବେ ପାଳନ କରାଯିବ । ଏହି ବୈଠକରେ କୁଷ୍ଠରୋଗକୁ ହ୍ରାସ କରିବା ପାଇଁ ସଚେତନତା ସୃଷ୍ଟି କରିବା ଏବଂ କୁଷ୍ଠରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପ୍ରତି ଭେଦଭାବକୁ ସମାପ୍ତ କରିବା ପାଇଁ ଜିଲ୍ଲାବ୍ୟାପୀ କୁଷ୍ଠରୋଗୀ ଚିହ୍ନଟ ଏବଂ ତାଙ୍କ ଚିକିତ୍ସା ସେବାକୁ ସୁଦୃଢ଼ କରିବା ନିମନ୍ତେ ବ୍ୟାପକ ରଣନୀତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । କୁଷ୍ଠ ରୋଗର ନିରାକରଣ ଏବଂ ଚିକିସôା ବିଷୟରେ ନାଗରିକମାନଙ୍କୁ ଶିକ୍ଷା ଦେବା ପାଇଁ ବିଦ୍ୟାଳୟ ତଥା ସର୍ବସାଧାରଣ ସ୍ଥାନରେ ପ୍ରଶାସନ ପକ୍ଷରୁ ବାର୍ତ୍ତା ପ୍ରଚାର କରାଯିବ ଓ ଏହା ସହିତ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) ଦ୍ୱାରା ଜନସାଧାରଣଙ୍କୁ ସଚେତନ କରାଯିବ । ଉକ୍ତ ବୈଠକରେ ମୁଖ୍ୟ ଜିଲ୍ଲା ଚିକିସôା ଅଧିକାରୀ ଡ଼. ଗୋପୀନାଥ ପରିଡା, ଏଡିପିଏଚଓ (କୁଷ୍ଠ) ଡ଼. ସଞ୍ଜିବ କୁମାର ପ୍ରଧାନ, ଏଡିପିଏଚଓ (ଟିବି) ଡ଼ ମନୋଜ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ୱର୍ଯ୍ୟା ସାମନ୍ତ, ଜିଲ୍ଲା କୁଷ୍ଠ ପରାମର୍ଶଦାତା ଡ଼ ତପନ କୁମାର ମହାପାତ୍ର ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଉପସ୍ଥିତ ଅଧିକାରୀଙ୍କୁ ସ୍ପର୍ଶ କୁଷ୍ଠ ସଚେତନତା ପାଇଁ ଶପଥ ପାଠ କରାଇଥିଲେ ।