ଓଲଟିଲା ଟ୍ରକ: ଜଣେ ମୃତ, ୩ ଗୁରୁତର
ଟାଙ୍ଗୀ-ଚୌଦ୍ୱାର : ବେଆଇନ ମାଙ୍କଡା ପଥର ଟ୍ରକ ଏକ କେନାଲକୁ ଓଲଟି ପଡିବାରୁ ଗାଡି ଉପରେ ବସିଥିବା ଶ୍ରମିକ ପଥର ସହିତ ପଡିଯିବାରୁ ଘଟଣା ସ୍ଥଳରେ ଜଣକ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଆହାତ ହୋଇ କଟକ ମେଡିକାଲରେ ଚିକିସôା ହେଉଥିବାର ଜଣା ପଡିଛି । ପୁଲିସର ଛାତ୍ରଛାୟରେ ଏହି ମାଙ୍କଡା ପଥର ବ୍ୟବସାୟ ଚାଲୁଥିବା ବେଳେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ପ୍ରକାଶ ଯେ ରବିବାର ଅପରାହ୍ନରେ ଢେଙ୍କାନାଳ ବଳଦିଆ ବନ୍ଧ ଅଞ୍ଚଳରୁ ଓଆର୦୫ଏଫ ୫୫୪୧ ଟ୍ରକ ମାଙ୍କଡା ପଥର ବୋଝେଇକରି ଜଗତପୁର ୬ ମାଇଲ ପୋଲ ନିକଟସ୍ଥ ପଟାମୁଣ୍ଡାଇ କେନାଲ ରାସ୍ତା ଦେଇ ବେଲମାଲିଆ ଯାଉଥିବା ବେଳେ ଜିରୋ କେନାଲ ଭିତରେ ଗାଡିଟି ଓଲଟି ପଡିଥିଲା, ପଥର ଉପରେ ୫ଜଣ ଶ୍ରମିକ ଥିଲେ ସେମାନେ ସାଇଡକୁ ଡିଆଁ ମାରିଥିଲେ ସୁଦ୍ଧା ଜଣେ ଶ୍ରମିକ ଘଟଣା ସ୍ଥଳରେ ମୃତୁ୍ୟବରଣ କରିଛି । ଅନ୍ୟ ୩ ଜଣ ଉପରେ ପଥର ପଡିଯାଇଥିଲା ସେମାନଙ୍କ ଅବସ୍ଥା ଗୁରୁତର ବୋଲି ଜଣା ପଡିଛି, ଜଗତପୁର ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତ ବ୍ୟକ୍ତି ସହିତ ଆହତ ଶ୍ରମିକମାନକୁ ମେଡିକାଲ ପଠାଇ ତଦନ୍ତ ଜାରି ରଖିଛି ।