ଅଟୋ ଧକ୍କାରେ ୨ ବାଇକ ଆରୋହୀ ଗୁରୁତର 

 ନୀଳଗିରି : ଅଜଣା ଅଟୋ ଧକ୍କା ଦେବାରୁ ବାଇକ ୨ ବାଇକ ଆରୋହି ଗୁରୁତର ହୋଇଥିବା ଜଣାପଡ଼ିଛି  । ପ୍ରାପ୍ତ ସୂଚନାରୁ ଜଣା ପଡ଼ିଛି ରବିବାର ସନ୍ଧ୍ୟା ସମୟରେ ଝାଡ଼ଖଣ୍ଡ ଅଞ୍ଚଳର ପୁରନ ଶର୍ମାଙ୍କ ପୁଅ ରୋହିତ ଶର୍ମା (୨୮) ଏବଂ ନଅରପାଟଣା ଅଞ୍ଚଳର ମହେଶ୍ୱର ଚଣ୍ଡଙ୍କ ପୁଅ ପ୍ରଣୟ କୁମାର ଚଣ୍ଡ (୩୫) ଉଦଳାରୁ କାଠ ମସ୍ତ୍ରୀ ଭାବେ ଘରୋଇ କାମ ସାରି ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ନୀଳଗିରି, ବାଲିଗୋହିରି ଛକ ନିକଟରେ ଶେରଗଡ଼ରୁ ନୀଳଗିରି ଅଭିମୁଖେ ଆସୁଥିବା ଏକ ଅଜଣା ଅଟୋ ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା  । ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନୀଳଗିରି ପୁଲିସ ଏବଂ ଅଗ୍ନି ଶ୍ରମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ପ୍ରଥମେ ନୀଳଗିରି ମେଡିକାଲରେ ଆସୁ ଚିକିସôା ପରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି  । ଉଭୟ ପୂରଣ ଏବଂ ପ୍ରଣୟଙ୍କ ଡାହାଣ ଗୋଡ ଭାଙ୍ଗିବା ସହିତ ଗୋଡ ଅଙ୍ଗୁଳିକଟି ପ୍ରବଳ ରକ୍ତଶ୍ରାବ ହୋଇଥିବା ସୂଚନା ମିଳିଛି  ।