ଓଡ଼ିଆ ପକ୍ଷ ପାଳନରେ ବର୍ଣ୍ଣବୋଧ ବଣ୍ଟନ
ପୁରୀ: ଓଡ଼ିଆ ପକ୍ଷ ପାଳନର ସୋମବାର ଥିଲା ସପ୍ତମ ଦିବସ । ଆଜିର ଦିବସରେ ସରକାରଙ୍କ ଓଡ଼ିଆ ପକ୍ଷ ପାଳନର କାର୍ଯ୍ୟ ସୂଚୀ ଅନୁସାରେ ବର୍ଣ୍ଣବୋଧ ବଣ୍ଟନ କରାଯାଇଥିଲା । ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ଉପନିଦେ୍ର୍ଦଶକ ସନ୍ତୋଷ କୁମାର ସେଠୀ ଓ ସଦର ବ୍ଲକ ଶିକ୍ଷାଧିକାରୀ ପ୍ରମୋଦ କୁମାର କର ପୁଲିସ ହାଇସ୍କୁଲରେ ପହଞ୍ଚô ପିଲାମାନଙ୍କୁ ସ୍ୱାଗତ କରିଥିଲେ । ନୂଆ ହୋଇ ବିଦ୍ୟାଳୟକୁ ଆସିଥିବା ପିଲାମାନଙ୍କ ସହ ଶ୍ରୀ ସେଠୀ ବାର୍ତ୍ତାଳାପ କରିବା ସହ ବର୍ଣ୍ଣବୋଧ ପୁସ୍ତିକା ବଣ୍ଟନ କରିଥିଲେ । ପିଲାମାନେ ବର୍ଣ୍ଣବୋଧ ପାଇ ବହୁତ ଖୁସି ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶିବରାମ ମିଶ୍ର, କିରଣ ବାଳା ଦାଶ, କୁନ୍ମୁନ୍ ମହାନ୍ତି, ପ୍ରଭାତ କୁମାର ଦାସ, ଲକ୍ଷ୍ମୀପ୍ରିୟା ସେଠୀ ଓ ଅନ୍ୟାନ୍ୟ ଶିକ୍ଷୟିତ୍ରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।