ଓଡ଼ିଶା ଦିବସ ପାଇଁ ପ୍ରସ୍ତୁତି ବୈଠକ
ଭଦ୍ରକ: ୯୦ତମ ଓଡ଼ିଶା ଦିବସ ୨୦୨୫ କୁ ଭଦ୍ରକ ଜିଲ୍ଲା ସ୍ତରରେ ପାଳନ କରାଯିବା ନେଇ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ଏହି ବୈଠକରେ ଓଡ଼ିଶା ଦିବସ ପାଳନେଇ ପୂର୍ବ ବର୍ଷର ବିବରଣୀ ଉପସ୍ଥାପନ ଆଧାରରେ ଆଲୋଚନା କରାଯାଇ ବିଭିନ୍ନ ନିଷ୍ପକ୍ଷି ଗ୍ରହଣ କରାଯାଇଥିଲା । ପୂର୍ବ ବର୍ଷ ପରି ଓଡ଼ିଶା ଦିବସ ପାଳନ କରାଯିବ । ଭଦ୍ରକ ସହର ମୁଖ୍ୟ ରାସ୍ତା ପାଶ୍ୱର୍ରେ ଅବସ୍ଥିତ ସମସ୍ତ ମହାପୁରୁଷଙ୍କ ପ୍ରତିମର୍ତ୍ତିରେ ଅତିଥିଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯିବ । ଏହି ଦିବସ ପାଳନ ଉପଲକ୍ଷେ ଓନିଆ ବକ୍ତୃତା, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ଆଦି ଆୟୋଜନ କରାଯିବା ନେଇ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଗଲା । ଶହିଦ ସ୍ମୃତି ଭବନରେ ଏହି ଦିବସ ପାଳନ ଉପଲକ୍ଷେ ସାଧାରଣ ସଭା, ପୁରସ୍କାର ବିତରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନେଇ ଆଲୋଚନା ମତେ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ପ୍ରଦାନ କରିଥିଲେ । ଅତିରିକ୍ତ ଏସ୍ପି ଅରୁପ ଅଭିଷେକ ବେହେରା, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଭଦ୍ରକ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ରଞ୍ଜନ ସାମଲ ଏହି ବୈଠକରେ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଦିବସ ପାଳନ ପ୍ରସ୍ତୁତି କାର୍ଯ୍ୟକ୍ରମର ସଂଯୋଜକ ଭାବେ ଗତ ବର୍ଷର ବିବରଣୀ ଉପସ୍ଥାପନ ସହିତ ମଂଚ ପରିଚାଳନା କରିଥିଲେ । ସାମ୍ବାଦିକ ଅତିସ ବେହେର ଓ ସନାତନ ରାଉତ, ସମାଜସେବୀ ସୁଧାକର ରାଉତ, ସର୍ବୋଦ୍ୱୟ ମଣ୍ଡଳର ଅମର କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତଥିଲେ ।