ଦୁର୍ଘଟଣାରେ ଚିକିତ୍ସାଧିନ ମହିଳାଙ୍କ ମୃତୁ୍ୟ

ତିହିଡି : ଦୁର୍ଘଟଣାରେ ଚିକିତ୍ସାଧିନ ମହିଳାଙ୍କ ମୃତୁ୍ୟ । ମୃତା ଚାନ୍ଦବାଲି ଥାନା ଘଟପୁର ପଞ୍ଚାୟତ ଅଧୀନ ହେଙ୍ଗୁପତି ମହାନ୍ତିସାହି ଗ୍ରାମର ପାର୍ବତୀ ଦାସ (୩୫) ବୋଲି ଜଣାଯାଇଛି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସିନେ୍ଦାଳ ସରପଞ୍ଚ ସୁପ୍ରଭା ପାଣି ସମବେଦନା ଜଣାଇବା ସହିତ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି । 
ସୂଚନା ମୁତାବକ, ଭଦ୍ରକ-·ନ୍ଦବାଲି ରାଜ୍ୟ ରାଜପଥ କମାରିଆ ନିକଟସ୍ଥ ପଣ୍ଡାପୋଖରୀ ଛକରେ ଗତ ବୁଧବାର ମଧ୍ୟାହ୍ନରେ ଏକ କାର ସହ ଯାତ୍ରୀବାହୀ ଅଟୋ ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଉକ୍ତ ଦୁର୍ଘଟଣାରେ ମୋଟ୍ ୯ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା ଏବଂ ସେମାନଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଗତ ଗୁରୁବାର ସକାଳେ ପାର୍ବତୀ ଦାସଙ୍କ ମୃତୁ୍ୟ ହୋଇଛି ।