ଓଡ଼ିଶା ସାଂସଦଙ୍କୁ ଭେଟିଲେ ମନମୋହନ: ବଳଙ୍ଗା ପୀଡ଼ିତାଙ୍କ ପରିବାର ସହ ଆଲୋଚନା


 ଭୁବନେଶ୍ୱର : ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀଗସ୍ତରେ ଥିବାବେଳେ ଆଜି ଓଡ଼ିଶାର ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ଭେଟି ଆଲୋଚନା କରିଛନ୍ତି  । ରାଜ୍ୟର ବିକାଶ ପ୍ରସଙ୍ଗରେ ସେ ଆଲୋଚନା କରିଥିବା ଜଣାପଡ଼ିଛି  । ସେହିପରି ଏମ୍ସ ଯାଇ ବଳଙ୍ଗା ପୀଡ଼ିତାଙ୍କ ପରିବାର ବର୍ଗଙ୍କ ସହ ସେ କଥା ହୋଇଛନ୍ତି  ।
ଏନେଇ ଶ୍ରୀ ସାମଲ ସୂଚନା ଦେଇ କହିଛନ୍ତିଯେ, ଆଜି ଦିଲ୍ଲୀ ଏମ୍ସରେ ଚିକିସôିତ ହେଉଥିବା ବଳଙ୍ଗା ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଆମ ଦଳର ସାଂସଦ ତଥା ଅନ୍ୟ ନେତୃବୃନ୍ଦଙ୍କ ସହ ଭେଟି ସ୍ୱାସ୍ଥ୍ୟବସ୍ଥା ସମ୍ବନ୍ଧରେ ପଚାରିବୁଝିଲୁ  । ପୀଡ଼ିତାଙ୍କ ଚିକିସôାରେ ନିୟୋଜିତ ଥିବା ସ୍ୱତନ୍ତ୍ର ଡାକ୍ତରୀ ଦଳ ଏବଂ ବିଶେଷଜ୍ଞଙ୍କ ସହ ତାଙ୍କର ଚିକିସôାର ପ୍ରଗତି ବିଷୟରେ ଆଲୋଚନା କଲୁ  ।
ସେହିପରି ଆଜି ୧୮ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ସହ ମଧ୍ୟ ସେ ଆଲୋଚନା କରିଛନ୍ତି  ।  ଏହି ଅବସରରେ ସଂଗଠନ ସମ୍ପାଦକ ମାନସ ମହାନ୍ତି ଓ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ଉପସ୍ଥିତ ଥିଲେ  ।