ଓଡ଼ିଶା ସୂଚନା ସେବା ସଂଘର ସମ୍ବର୍ଦ୍ଧନା ସଭା
ଭୁବନେଶ୍ୱର : ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା ଆଜି ଭୁବନେଶ୍ୱରସ୍ଥିତ ଗୀତ ଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଲୋକ ସଂପର୍କ ଅଧିକାରୀମାନଙ୍କୁ ବୃତ୍ତିଗତ ଦକ୍ଷତା ଓ ଅଭିଜ୍ଞତା ବୃଦ୍ଧି କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଏବଂ ଓଡ଼ିଶା ସୂଚନା ସେବା କ୍ୟାଡରର ଉନ୍ନତି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ୨୦୨୪ ଡିସେମ୍ବର ମାସରେ ଓଡ଼ିଶା ସୂଚନା ସେବା ସଂଘର ନିର୍ବାଚନ ପରେ ଏହା ସଂଘର ପ୍ରଥମ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା ଥିଲା । ଏଥିରେ ରାଜ୍ୟ, ଜିଲ୍ଲା ତଥା ଉପଖଣ୍ଡରେ କାର୍ଯ୍ୟରତ ସୂଚନା ସେବା ଅଧିକାରୀ , ଜିଲ୍ଲା ଓ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ତଥା ସୂଚନା ସେବା ସଂଘର ସଦସ୍ୟ ସଦସ୍ୟାମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ନିକଟ ଅତୀତରେ ରାଜ୍ୟ ଏବଂ ଜିଲ୍ଲାସ୍ତରରେ କାର୍ଯ୍ୟକରି ଅବସରଗ୍ରହଣ କରିଥିବା ଓଡ଼ିଶା ସୂଚନା ସେବା ଅଧିକାରୀ ତଥା ସଂଘର ସଦସ୍ୟମାନଙ୍କୁ ଓଡ଼ିଶା ସୂଚନା ସେବା ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଯୁଗ୍ମ ନିଦେ୍ର୍ଦଶକ ତଥା ମୁଖ୍ୟମନ୍ତ୍ରୀଙ୍କ ଲୋକ ସଂପର୍କ ଅଧିକାରୀ ଚିତ୍ତ ରଂଜନ ପତି ଯୋଗଦେଇ କହିଥିଲେ ଯେ, ନୂତନ ଭାବେ ଯୋଗଦେଇଥିବା ସୂଚନା ସେବା ଅଧିକାରୀମାନେ ଭଲ କାମ କରୁଛନ୍ତି । କାର୍ଯ୍ୟରତ ସୂଚନା ସେବା ଅଧିକାରୀମାନଙ୍କୁ ଉତ୍ତମ କାର୍ଯ୍ୟ ସଂପାଦନ ପାଇଁ କୃତ୍ରିମ ବୁଦ୍ଧିମତ୍ତା, ଡିଜିଟାଲ ସାକ୍ଷରତା, ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ପୂର୍ବକ ବ୍ୟକ୍ତିଗତ ଦକ୍ଷତା ବୃଦ୍ଧି କରି କାର୍ଯ୍ୟ ଶୈଳୀରେ ଆଖିଦୃଶିଆ ପରିବର୍ତ୍ତନ ଆଣିବାକୁ ସେ ପରାମର୍ଶ ଦେଇଥିଲେ । ଓଡ଼ିଶା ସୂଚନା ସେବା ସଂଘର ସଭାପତି ସୁଚେତା ପ୍ରିୟଦର୍ଶିନୀ ଅଧ୍ୟକ୍ଷତା କରି ସଂଘର ନିର୍ବାଚନ ପରଠାରୁ ଏହାର କାର୍ଯ୍ୟକଳାପ, ସଂଘର ଉନ୍ନତି ପାଇଁ ଆଗାମୀ ଦିନର ଲକ୍ଷ୍ୟ ଓ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ସଂଘର ସାଧାରଣ ସଂପାଦକ ପଠାଣି ରାଉତ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ସଂପର୍କରେ ଉପସ୍ଥାପନ କରିଥିଲେ । ସମ୍ବର୍ଦ୍ଧିତ ଅବସରପ୍ରାପ୍ର ବରିଷ୍ଠ ସୂଚନା ସେବା ଅଧିକାରୀମାନେ ସଂଘର ଏହି ପ୍ରୟାସକୁ ପ୍ରଶଂସା କରି ସଂଘ ତଥା ସୂଚନା ସେବା କ୍ୟାଡରର ଉନ୍ନତି ପାଇଁ ଉପାଦେୟ ପରାମର୍ଶ ଦେଇଥିଲେ । ସୂଚନା ସେବା ସଂଘର ବରିଷ୍ଠ ଅଧିକାରୀ ତଥା ଯୁଗ୍ମ ନିଦେ୍ର୍ଦଶକ ବିଶ୍ୱଜିତ୍ ଦାଶ, ଯୁଗ୍ମ ନିଦେ୍ର୍ଦଶକ ଦୀପ୍ତିମୟୀ ମହାପାତ୍ର, ସଂଘର ଉପ ସଭାପତି ବିଭୂତି ନାୟକଙ୍କ ସମେତ ସଂଘର ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟାମାନେ ଯୋଗଦେଇ ନିଜ ନିଜର ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ । ଓଡ଼ିଶା ସୂଚନା ସେବା ସଂଘର ଯୁଗ୍ମ ସଂପାଦକ ଦୀପକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘର ଆଗାମୀ ବାର୍ଷିକ ଉସôବ ଉପଲକ୍ଷେ ପୂର୍ବରୁ ପ୍ରକାଶ ପାଇ ଆସୁଥିବା ‘ଲୋକ ସଂପର୍କ’ ସ୍ମରଣିକା ପ୍ରକାଶନ ପାଇଁ ପଦକ୍ଷେପ ନିଆଯିବାକୁ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି ।