ଭାଷା ଆନେ୍ଦାଳନ ପକ୍ଷରୁ ‘ଓଡ଼ିଆ ସରକାରୀ ଭାଷା ଦିବସ’ ପାଳିତ

 ଭୁବନେଶ୍ୱର :  ଭାଷା ଆନେ୍ଦାଳନ ପକ୍ଷରୁ ‘ଓଡିଆ ସରକାରୀ ଭାଷା ଦିବସ’ ପାଳିତ ହୋଇଯାଇଛି ।  ଭାଷା ଆନେ୍ଦାଳନ ତରଫରୁ "ଓଡ଼ିଆରେ ଓଡ଼ିଶାର ଶାସନ’ ଖିଲାପ କାରିକୁ ଦଣ୍ଡବିଧାନ ପାଇଁ ଭାଷା ଆଇନ ସଂଶୋଧନ ହୋଇ ନିୟମାବଳୀ ପ୍ରକାଶ କରିବାକୁ ଦାବି ନେଇ ୨୦୧୬ ଏପ୍ରିଲ ୧୩ ରୁ   ୨୦୧୮  ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ କଳାପତାକା ଅଭିଯାନ କରି ପ୍ରତିବାଦ ହେଇଥିଲା । ସରକାର ଆଇନ ସଂଶୋଧନ କରି  ୨୦୧୯ ଅଗଷ୍ଟ ୧୭ ତାରିଖରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବେ ଘୋଷଣା କଲେ ଏବଂ ଯେଉଁମାନେ ଏହି ଆଇନ ଉଲ୍ଲଙ୍ଘନ କରିବେ ସେମାନଙ୍କୁ ସରକାରୀ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ରାଜପତ୍ରରେ ପ୍ରକାଶ ପାଇବା ଦିନଠାରୁ ହିଁ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ପରିଗଣିତ ହେଲା । ଏଥି ପାଇଁ ଆଜିର ଦିନଟିକୁ "ଓଡ଼ିଆ ସରକାରୀ ଭାଷା ଦିବସ’ ରୂପେ ପାଳନ କରାଯାଇଛି ।
ଏହି ପ୍ରେକ୍ଷାପଟ୍ଟରେ ଭାଷା ଆନେ୍ଦାଳନ ତରଫରୁ ୮୭୮ ଦିନର ଆନେ୍ଦାଳନରେ ସାମିଲ ହୋଇଥିବା ଭାଷା ଯୋଦ୍ଧା ମାନଙ୍କର ଭାଷା ପ୍ରତି ମମତ୍ୱବୋଧ ତଥା ଭାଷା ଆଇନ ପ୍ରଣେତା ନବକୃଷ୍ଣ ଚୌଧୁରୀ ତଥା ଓଡ଼ିଶା ନିର୍ମାତା ଉକôଳଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ସରକାରଙ୍କୁ ମନେ ପକାଇ ଦେବାକୁ ଚାହୁଁ ଓଡ଼ିଆରେ ଓଡ଼ିଶାର ଶାସନ ନଚେତ ଦଣ୍ଡ ବିଧାନ ପାଇଁ ଆଇନ କଡାକଡି ଭାବରେ ଲାଗୁ କରନ୍ତୁ । ଆଜିର ଏହି ଭାଷା ପାଇଁ ଘଣ୍ଟାଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଆଶିଷ ବେବାର୍ତ୍ତା, ଆପୋଲୋ ସେଠୀ, ନବକିଶୋର ପ୍ରଧାନ , ନାରାୟଣ ଖୁଣ୍ଟିଆ, ବିଶ୍ୱରାଜ ନାୟକ, ସତ୍ୟ ରଞ୍ଜନ ସ୍ୱାଇଁ, ମାନସ ବସ୍ତିଆ, ବି ମୁରଲୀଧର , ମନୋଜ ନାୟକ, ନୀଳମଣି ମିଶ୍ର, ସାଗର ଶତପଥୀ, ସାରଦା ପ୍ରସାଦ ମହାପାତ୍ର ପ୍ରମୁଖ ଭାଷା ଯୋଦ୍ଧା ମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି ବୋଲି ଆବାହକ ପବିତ୍ର ମହାରଥା କହିଛନ୍ତି ।