ଅପରାଜିତାଙ୍କୁ କୁଣ୍ଢାଇ କାନ୍ଦିଲେ ପ୍ରଶାନ୍ତଙ୍କ ପତ୍ନୀ

ଜମ୍ମୁକାଶ୍ମୀର ପେହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ନାଗରୀକଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରାଣ ହରାଇଥିବା ଓଡ଼ିଆ ପୁଅ ପ୍ରଶାନ୍ତ ଶତପଥିଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି । ସାଂସଦଙ୍କୁ ଦେଖିବା ପରେ ପ୍ରଶାନ୍ତଙ୍କ ପତ୍ନୀ କୋହ ସମ୍ଭାଳି ନପାରି ଅପରାଜିତାଙ୍କୁ କୁଣ୍ଢାଇ କାନ୍ଦିବା ସହ ସେହି ଛାତିଥରା ଘଟଣା କିପରି ଥିଲା ତାହା ବଖାଣିଥିଲେ ।
ସାଂସଦ ପରିବାର ସଦସ୍ୟଙ୍କୁ ଧର୍ଯ୍ୟ ଧରିବା ପାଇଁ କହିବା ସହ ସମବେଦନା ଜଣାଇଛନ୍ତି । ଏହି ସମୟର ଭାବପୂର୍ଣ୍ଣ ଭିଡିଓକୁ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ୍ କରିବା ସହ ମହାପ୍ରଭୁ ଜଗନ୍ନାଥ ଅମର ଆତ୍ମାକୁ ସଦଗତି ଏବଂ ପରିବାର ବର୍ଗଙ୍କୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ଲେଖିଛନ୍ତି ।