ଔଷଧ ବିନା ସୁସ୍ଥ ଜୀବନ ପ୍ରଶିକ୍ଷଣ ଶିବିର
ମାଲକାନଗିରି, ୧୧ ।୫ : ମାଲକାନଗିରି ଜିଲ୍ଲା ସଦର ମହକୁମା ନିକଟ ତପୋଭୂମି ସାମାଜିକ ସଂଗଠନରେ ୫ ଦିନ ବ୍ୟାପି ଏକ ପ୍ରାକୃତିକ ଚିକିସôା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିବେକାନନ୍ଦ ଜେନା ଶିକ୍ଷାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ରବୀନ୍ଦ୍ରନାଥ ଥାଟୋଇ ସଂଯୋଜନା କରିଥିଲେ । ପ୍ରକୃତି ଦତ୍ତ ପାଣି, ପବନ, ମାଟି, ନିଆଁ, ଫଳ ଓ ତାହାର ରସ, ଉପବାସ ଓ ସାଧାରଣ ଦିନଚର୍ଯ୍ୟାରେ ପରିବର୍ତ୍ତନ ଦ୍ୱାରା ଆମେ କିପରି ଦିର୍ଘାୟୁ ଓ ଏକ ସୁସ୍ଥ ଜୀବନ ଅତିବାହିତ କରିପାରିବା ଏହି ପ୍ରଶିକ୍ଷଣ ପାଠ ସହ ପ୍ରାକ୍ଟିକାଲ୍ କରାଯାଇଥିଲା । ନେତି, ଧୌତି, ଏନିମା, ମୃତ୍ତିକା ସ୍ନାନ, ସୂର୍ଯ୍ୟ ସ୍ନାନ, ପଟି ବାନ୍ଧିବା ପ୍ରଭୁତି ପ୍ରାକ୍ଟିକାଲ୍ ଶିକ୍ଷାର୍ଥୀମାନେ କରି ନିଜର ରୋଗ ଉପଶମ ମଧ୍ୟ କରିଥିଲେ । ପ୍ରଶିକ୍ଷଣରେ ୨୧ ଜଣ ବିଦ୍ୟାର୍ଥୀ ଯୋଗଦେଇଥିଲେ । ୫ ମଇରେ ଏହି ଶିବିରକୁ ମାଲକାନଗିରି ତହସିଲଦାର ଟିକୁନୁ ପୁଟ୍ଟା ଉଦ୍ଘାଟନ କରିଥିବା ବେଳେ ଏହା ଆଜି ଉଜ୍ଜାପନ ହୋଇଛି । ଏହି ଅବସରରେ ସମାଜସେବୀ ତଥା ଯୋଗ ଶିକ୍ଷକ ରାମକୃଷ୍ଣ ଚୌଧୁରୀ ଉପସ୍ଥିତରହି ସମସ୍ତଙ୍କ ଅନୁଭୂତି ସାଉଁଟିବା ସହ ଆଗାମୀ ଭବିଷ୍ୟତରେ କିପରି ପ୍ରାକୃତିକ ସମ୍ପଦ ଦ୍ୱାରା ନାନା ସାମଗ୍ରୀ ପ୍ରସ୍ତୁତିକରି ସମସ୍ତେ ସ୍ୱାବଲମ୍ବୀ ହୋଇପାରିବେ ସେନେଇ ମତ ରଖିଥିଲେ ।