କେନ୍ଦ୍ରୀୟ ବିଦ୍ୟାଳୟରେ ଯୁବସଂସଦ ଅଧିବେଶନ

ମାଲକାନଗିରି: ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟରେ ଯୁବସଂସଦ ଅଧିବେଶନ ଅନୁଷ୍ଠିତ ହୋଇ ନୂତନ ଶିକ୍ଷାନୀତି ଓ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରିରେ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ କୈଳାଶ ମୀନାଙ୍କ ତତ୍ତ୍ୱକ୍ଷବଧାନରେ ଯୁବସଂସଦ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଭୂମିକା ଯଥା ବାଚସ୍ପତି, ବିଭଗୀୟ ମନ୍ତ୍ରୀ, ସାଂସଦ ତଥା ସଂସଦରେ କାର୍ଯ୍ୟରତ ବିଭିନ୍ନ କର୍ମଚାରୀଙ୍କ ଭୂମିକା ନିଭେଇଥିଲେ । ଏହି ଅଧିବେଶନ ଦେଶର ବିଭିନ୍ନ ସମସ୍ୟା ଯଥା ମହିଳା ସଂରକ୍ଷଣ ବିଧେୟକ, ରେଳ ଦୁର୍ଘଟଣା, ସ୍ୱାସ୍ଥ୍ୟ ସମସ୍ୟା, ପରିବହନ ଉପରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହୋଇଥିଲା । ବିରୋଧୀ ଦଳ ଦେଶରେ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ନେଇ ଶାସକ ଦଳକୁ ପ୍ରଶ୍ନ କରି ଜବାବ ତଲବ କରିଥିଲେ । ଏହି ଯୁବ ସଂସଦ ଅଧିବେଶନ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କ ଦେଶ ଏବଂ ଦେଶବାସୀଙ୍କ ପ୍ରତି କର୍ତ୍ତବ୍ୟ, ସଂସଦର ଗାରିମା, ମୌଳିକ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ବିଦ୍ୟାଳୟ ସଞ୍ଚାଳନା ସମିତିର ସଦସ୍ୟ ଡ଼. ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇଥିଲେ । ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଉପସ୍ଥିତ ରହି ଯୁବ ସାଂସଦ ମାନଙ୍କ ଉସôାହ ବୃଦ୍ଧି କରିଥିଲେ । ସାଂସଦ ମାନଙ୍କ ଭୂମିକା ଏବଂ ପ୍ରଦର୍ଶନକୁ ନେଇ ଶ୍ରେଷ୍ଠ ସାଂସଦ ଏବଂ ଅନ୍ୟ ଭୂମିକାରେ ଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଶ୍ରେୟଂଶ ପଟ୍ଟନାୟକ ଏଥିରେ ପ୍ରଥମ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ  ଭି. ଅଶୋକ କୁମାର,  ଅମିତ ଦାସ, ରଂଜିତ କୁମାର ପାତ୍ର ଏବଂ ନରେଶ ପ୍ରଧାନ ପରିଚାଳନା କରିଥିଲେ ।