କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ବାଚସ୍ପତି
ଭୁବନେଶ୍ବର : ବିଧାନସଭାରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଅଗ୍ରାହ୍ୟ। ସୋମବାର କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ସୁରମା ପାଢ଼ୀ ଅଗ୍ରାହ୍ୟ କରିଛନ୍ତି । ବିଧାନସଭା ଆରମ୍ଭରୁ ବିଜେଡି ସାର ସଙ୍କଟ ନେଇ ହଟ୍ଟଗୋଳ କରିଥିଲା। ଫଳରେ ଗୃହ କାର୍ଯ୍ୟ ଚାଲିପାରି ନଥିଲା ।ଏହି କାରଣ ଦର୍ଶାଇ ନୋଟିସକୁ ଅଗ୍ରାହ୍ୟ କରିଛନ୍ତି ବାଚସ୍ପତି। ବାଚସ୍ପତି କହିଛନ୍ତି, ଗୃହ ସ୍ଵାଭାବିକ ନଥିବା ଏବଂ ନିର୍ଦ୍ଧାରିତ ସମୟ ଶେଷ ହୋଇଯାଇଥିବାରୁ ନୋଟିସକୁ ଅଗ୍ରାହ୍ୟ କରାଯାଇଛି । ଅନ୍ୟପଟେ ବାଚସ୍ପତିଙ୍କୁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଅନୁରୋଧ ପରେ ବି ବାଚସ୍ପତି ନ ଶୁଣିବାରୁ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଛନ୍ତି । ସଦସ୍ୟମାନେ କକ୍ଷତ୍ୟାଗ କରିବା ସହ ବିଧାନସଭା ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।