ନିମ୍ନମାନର ସରକାରୀ ଗୃହ ନିର୍ମାଣ, ତଦନ୍ତ ଦାବି
ତେନ୍ତୁଳିଖୁଣ୍ଟି : ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମପଞ୍ଚାୟତର କେନ୍ଦୁଗୁଡା ଗ୍ରାମ ଠାରେ ନିର୍ମାଣଧିନ ଗ୍ରାମପଞ୍ଚାୟତ ଲେବେଲ ମହିଳା ସଂଘ ଗୃହ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ଏଥିରେ ନିମ୍ନମାନର ସମାଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି । ତେଇଶି ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହେଇଥିବା ଗୃହର ସ୍ଥାୟୀତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ବାବଦରେ ସମ୍ପୃକ୍ତ ବିଭାଗର ସହକାରୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର କଂହର ଏବଂ ଶ୍ରୀ ରାଉତଙ୍କୁ କାର୍ଯ୍ୟ ବାବଦରେ ବାରମ୍ବାର ଯୋଗାଯୋଗ କଲେ ସୁଦ୍ଧା କାର୍ଯ୍ୟ ପ୍ରତି ଦୃଷ୍ଟି ଦେଉନାହାନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଯଦି ସଦର ମହକୁମା ପଞ୍ଚାୟତରେ ଏହି ଭଳି କାମ ଚାଲୁ ରହିଛି, ବ୍ଲକର ସମସ୍ତ ଉନ୍ନୟନ କାର୍ଯ୍ୟ କିପରି ଭାବରେ ଚାଲିଥିବ, ତାହା ସାଧାରଣରେ ଅନୁମେୟ । ତେବେ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଅଞ୍ଚଳବସୀ ଦାବି କରିଛନ୍ତି ।