ମେଟ୍ରୋ ରେଳ ପ୍ରକଳ୍ପ ବାତିଲ୍ ହୋଇନି

 ଭୁବନେଶ୍ୱର:  କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ବାତିଲ ହୋଇନାହିଁ । ଏହି ପ୍ରକଳ୍ପ ଏବେ ରାଜ୍ୟ ସରକାରଙ୍କ ପରୀକ୍ଷାଧୀନ ରହିଛି । ଏଥିପାଇଁ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ଓ ସୁପାରିଶ ପ୍ରାପ୍ତ ହେବା ପରେ ସରକାର ଆଗାମୀ ଦିନରେ ଅନ୍ତିମ ସିଦ୍ଧାନ୍ତ ନେବେ । ଆଜି ବିଧାନସଭାରେ ଏପରି ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । ଏନେଇ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପଚାରିଥିବା ପ୍ରଶ୍ନରେ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ପୂର୍ବତନ ସରକାରଙ୍କ ସମୟରେ ଡିଏମ୍ଆର୍ସିକୁ ଡିପୋଜିଟ୍ ଆଧାର ଭାବରେ ପ୍ରକଳ୍ପକୁ କାର୍ଯ୍ୟାନ୍ୱିତ କରିବା ପାଇଁ ଟର୍ଣ୍ଣ-କି ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିଲା । ଡିଏମ୍ଆରସି ଦ୍ୱାରା ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । 
କଟକ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ରଦ୍ଦ କରାଯାଇନାହିଁ ।ଏହି ପ୍ରକଳ୍ପକୁ ବର୍ତ୍ତମାନ ସରକାର ପରୀକ୍ଷାଧିନ ରଖିଛନ୍ତି । ଏପର୍ଯ୍ୟନ୍ତ ମୋଟ୍ ୨୭୭.୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହି ଖର୍ଚ୍ଚ ମଧ୍ୟରୁ ୨୦୨୪ ଜୁନ୍ ୧୨ ପରେ ୨୫୨.୦୫ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।