କଂଗ୍ରେସର ମଶାଲ ଯାତ୍ରା
ଆସିକା : କଂଗ୍ରେସ ଦଳର ନିଦେ୍ର୍ଦଶରେ ଗଞ୍ଜାମ ଜିଲ୍ଲା କଂଗ୍ରେସ (ପଶ୍ଚିମ)ପକ୍ଷରୁ କଂଗ୍ରେସର ମଶାଲ ଯାତ୍ରା, ସଚେତନ ସଭା ଆୟୋଜନ ହୋଇଛି । ଭୋଟ ଚୋର ଗାଦି ଛାଡ ଅଭିଯାନ ପରିପ୍ରେକ୍ଷୀରେ ସଚେତନତା ସଭା ଓ ରାଲି ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲା କଂଗ୍ରେସ(ପଶ୍ଚିମ) ଭାଗ ସଭାପତି ଦେବକାନ୍ତ ଶର୍ମାଙ୍କ ନେତୃତ୍ୱରେ ଏହି ରାଲି ଆସିକା ବିଜୁ ପଟ୍ଟନାୟକ ଛକରୁ ବାହାରି ବସଷ୍ଟାଣ୍ଡ ଦେଇ ଟାଉନ୍ ହଲରେ କର୍ମୀ ଓ ନେତାମାନେ ସମବେତ ହୋଇଥିଲେ । ବରିଷ୍ଠ ନେତା ରମେଶ ଜେନା ଓ ଜିଲ୍ଲାର ଆଗଧାଡିର ନେତାମାନେ ଯୋଗଦେଇଥିଲେ । ମୋଦି ସରକାର ଭୋଟ ହଡପ କରି ଶାସନ ଗାଦିକୁ ଅପଣେଇଛି ଯାହାର ପ୍ରମାଣ ଦେଇଛନ୍ତି ରାହୁଲ ଗାନ୍ଧୀ । କିନ୍ତୁ ବିଜେପି ସରକାର ଏହାର ଜବାବ ରଖିବାରେ ଅସମର୍ଥ ତେଣୁ ଏହି କଥାକୁ କଂଗ୍ରେସ ମୁଦା କରିବ । ଲୋକଙ୍କୁ ସଚେତନ କରିବା ଯୁବ ପିଢୀକୁ ଏହି ଅଭିଯାନରେ ସାମିଲ କରିବ କଂଗ୍ରେସ । ଯେତେଦିନ ପର୍ଯ୍ୟନ୍ତ ମୋଦି ସରକାର ଗଦି ଛାଡି ନାହାଁନ୍ତି କଂଗ୍ରେସର ଏ ଲଢ଼େଇ ଜାରି ରହିବ ବୋଲି ନେତାମାନେ ଚେତାବନୀ ଦେଇଥିଲେ ।