ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବାର୍ଷିକୋତ୍ସବ
ଭୁବନେଶ୍ୱର: ରାଜସ୍ୱ ବିଭାଗ ସାଂସ୍କୃତିକ ସଂସଦର ୪୯ତମ ବାର୍ଷିକ ଉତ୍ସବ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସରେଶ ପୂଜାରୀ ଯୋଗଦେଇ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ମନୋଜ୍ଞ ମନୋରଞ୍ଜନ ଧର୍ମୀ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।
ଏହାସହ କର୍ମଚାରୀମାନଙ୍କ ସୃଜନଶୀଳ ପ୍ରତିଭା ଓ ଅନ୍ତର୍ନିହିତ ପ୍ରବୃତ୍ତିର ପରିପ୍ରକାଶ ନିମନ୍ତେ ଏପରି କାର୍ଯ୍ୟକ୍ରମର ଗୁରୁତ୍ୱ ରହିଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ବିଭାଗର କର୍ମଚାରୀଙ୍କ ସାରସ୍ୱତ କ୍ରିୟାଶୀଳତାରେ ପ୍ରକାଶିତ ସ୍ମରଣିକା ‘ଭୂମି’କୁ ମୁଖ୍ୟଅତିଥି ଉନ୍ମୋଚନ କରିଥିଲେ । ଏ ଅବସରରେ ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା ସାଂସ୍କୃତିକ ବିଚିତ୍ରା, ନୃତ୍ୟ-ସଂଗୀତ ଓ ଐତିହାସିକ ନାଟକ ‘ଅଶୋକ’ ପରିବେଷଣ କରାଯାଇଥିଲା । ସାଂସ୍କୃତିକ ସଂସଦ ସଭାପତି ଶୁଭେନ୍ଦଦେବ ଆଚାର୍ଯ୍ୟ ଓ ସାଧାରଣ ସଂପାଦକ ମନୋରଞ୍ଜନ ପଟ୍ଟନାୟକଙ୍କ ସମେତ ବିଭାଗୀୟ ସମସ୍ତ ଅଧିକାରୀ, କର୍ମଚାରୀ ପ୍ରମୁଖ ସପରିବାରେ ଯୋଗ ଦେଇଥିଲେ ।