କଂଗ୍ରେସରେ ଯୋଗଦେଲେ ବିଜେଡି କର୍ମୀ

 ଭୁବନେଶ୍ୱର :  ଆଜି ମହାବିଷୁବସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷର ଅବସରରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।  ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଗୁଡାରୀ ବ୍ଲକ ଚେୟାରମ୍ୟାନ ଲକ୍ଷ୍ମୀ ଶବର ଏବଂ ତିନିଶହରୁ ଉଦ୍ଧ୍ୱର୍ ବିଜେଡ଼ି କର୍ମୀ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ଏହି ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ଦାସ କହିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ଜନନାୟକ ତଥା ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀଜୀଙ୍କ ଆଦର୍ଶ ଓ ସଂଗ୍ରାମ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ତ୍ୟାଗରେ ଅନୁପ୍ରାଣିତ ହୋଇ ଆଜି ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁଡ଼ାରିବ୍ଲକ ଅଧ୍ୟକ୍ଷ, ଉପସଭାପତି, ଯୁବସଭାପତି, ଛାତ୍ରସଭାପତି, ସମିତିସଭ୍ୟ, ସରପଂଚ ଓ  ତିନିଶହରୁ ଉଦ୍ଧ୍ୱର୍ ବିଜେଡ଼ି କର୍ମୀ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । କୋରାପୁଟ ସାସଂଦ ସପ୍ତଗିରି ଉଲ୍ଲାକାଙ୍କର ଜନସେବା, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାର ବିକାଶ ପାଇଁ ତାଙ୍କର ସଂକଳ୍ପ ଓ ନିର୍ଭର ପ୍ରତିଶ୍ରୁତିହିଁ କଂଗ୍ରେସରେ ଯୋଗଦେବାକୁ ସେମାନଙ୍କୁ ଉତ୍ସାହିତ କରିଥିଲା । ସେହିପରି ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗଙ୍କ ନିଷ୍ଠାପର ସାଧାରଣ ଜନତା ଓ ବିଶେଷ କରି ମହିଳା, ଯୁବକ, କୃଷକ, ଛାତ୍ରଏବଂ ଆଦିବାସୀ ଓ ଦଳିତମାନଙ୍କସ୍ୱାର୍ଥରକ୍ଷା ପାଇଁ ଯେଉଁ ନିଷ୍ଠାପର ସଂଗ୍ରାମ କରିଆସୁଛନ୍ତି ସେଥିôରେ ତାଙ୍କ ଜନଆଦୃତିବଢ଼ିଛି । ଗୁଣୁପୁର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଗମାଙ୍ଗଙ୍କ ପରେ ଆସ୍ଥା ପ୍ରକଟ କରି ଆମେ ବିଜେଡ଼ି ପରିତ୍ୟାଗ କରି କଂଗ୍ରେସ ଦଳରେ ଯୋଗ ଦେଇଛୁ ବୋଲି ସେମାନେ କହିଥିଲେ ।