ସୁଭଦ୍ରା ଅପଡେଟ : ଘରୁ ଅନଲାଇନରେ ହୋଇପାରିବନି ଆବେଦନ
ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ଏବେ ସାରା ରାଜ୍ୟରେ ଉତ୍ସାହ ଲାଗି ରହିଛି । ପ୍ରତିଦିନ ସୁଭଦ୍ରାକୁ ନେଇ ଆସୁଛି ନୂଆ ନୂଆ ଅପଡେଟ । ପୂର୍ବରୁ ଅଫଲାଇନ ଓ ଅନଲାଇନରେ ଆବେଦନ କରିହେବବୋଲି କୁହାଯାଇଥିଲା । ସୁଭଦ୍ରା ପୋର୍ଟାଲରେ ଆବେଦନ କରାଯାଇପାରିବ ବୋଲି ସାଧାରଣରେ ଧାରଣା ଥିଲା । କିନ୍ତୁ ଏବେ ସରକାର ଏନେଇ ତାଜା ସୂଚନା ଦେଇଛନ୍ତି । ଘରୁ ଅନଲାଇନରେ ସୁଭଦ୍ରା ଆବେଦନ କରାଯାଇପାରିବ ନାହିଁ । କେବଳ ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ହିଁ ଆବେଦନ କରାଯାଇପାରିବ । ଅପରପକ୍ଷରେ ଆଧାର ଅପଡେ଼ଟକୁ ନେଇ ଏବେ ଅସମ୍ଭାଳ ପରିସ୍ଥିତି ସୃଷ୍ଟିହୋଇଛି । ଅନେକ ସ୍ଥାନରେ ଆଧାର ଅପଡେଟ ପାଇଁ ଲମ୍ବା ଲାଇନ୍ ଲାଗିବା ସହ ଠେଲାପେଲା ବି ଦେଖିବାକୁ ମିଳିଛି । ସେହିପରି ସୁଭଦ୍ରା ଫର୍ମ ପୂରଣ ପ୍ରକ୍ରିୟା ଜୋର ଧରିଥିବାବେଳେ ଟୋଲଫ୍ରି ନମ୍ବରରେ ପ୍ରାୟ ଦେଢ଼ ଲକ୍ଷ ଲୋକ କଲ୍ କରିଥିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।